ପୁରୀ : ସରକାରୀ ଜମିରେ ହୋଟେଲ୍‌ ନିର୍ମାଣ କିଛି ଲୋକଙ୍କୁ ମହଙ୍ଗା ପଡ଼ିଛି। ବାରମ୍ବାର ନୋଟିସ୍‌ ସତ୍ତ୍ବେ ଏହାକୁ ଅବମାନନା କରିବାରୁ ସରକାରୀ ଜମିରେ ନିର୍ମାଣାଧୀନ ଏହି ହୋଟେଲକୁ ଆଜି ପୁରୀ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ବିଏନ୍‌ଆର୍‌ ହୋଟେଲ ପାଚେରିକୁ ଲାଗି ରାସ୍ତା ଉପରେ ନିର୍ମାଣାଧୀନ ଏହି କୋଠାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା ଥିବାରୁ କଡ଼ା ସୁରକ୍ଷା ଭିତରେ ଏହି ଉଚ୍ଛେଦ କାର୍ଯ୍ୟ ସଂପନ୍ନ ହୋଇଛି।