୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ପାଇଁ ହଟଲାଇନ୍‌ ନମ୍ବର

ଭୁବନେଶ୍ବର: ୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ଅଭିଯୋଗ ଓ ସମସ୍ୟାର ତ୍ବରିତ ସମାଧାନ ପାଇଁ ଜିକିତ୍ସା ହେଲଥ୍‌ କେୟାର୍‌ ପକ୍ଷରୁ ହଟଲାଇନ୍ ନମ୍ବର ଜାରି କରାଯାଇଛି। ଏଥିରେ ଆମ୍ବୁଲାନ୍‌ସରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନିଜର ସମସ୍ୟା, ଅଭିଯୋଗ ଓ ମତାମତକୁ ସିଧାସଳଖ ପ୍ରକଳ୍ପ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। କର୍ମଚାରୀମାନେ ଦେଉଥିବା ସମସ୍ତ ଅଭି‌ଯୋଗ ଓ ତଥ୍ୟକୁ ସଂପୂର୍ଣ୍ଣ ଭାବେ ଗୋପନ ରଖାଯିବ। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଚିକିତ୍ସା ହେଲ୍‌ଥ କେୟାର୍‌ର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ବାଳ। କର୍ମଚାରୀଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ପାଇଁ ହଟ୍‌ଲାଇନ୍‌ ନମ୍ବର ସଂସ୍ଥା ପକ୍ଷରୁ ଛୋଟ ପ୍ରୟାସ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର