୧୨ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ବର: ଆସନ୍ତା ୧୨ ତାରିଖ ଯାଏଁ ତାତିରୁ ନାହିଁ ନିସ୍ତାର । ଏବେ ଗରମରେ ଆଉଟୁପାଉଟୁ ହେଉଛି ଅଧା ଓଡିଶା । ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୨ ଟି ସହର । ୧୧ ଟି ଜିଲ୍ଲା ପାଇଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି । ଅସମ୍ଭାଳ ଗରମ , ଚାରିଆଡେ ଅସହ୍ୟ ତାତି । ବାତ୍ୟା ପରେ ଆଉ ରାସ୍ତାରେ ଗଛ ନାହିଁ । ଫଳରେ ତାତି ଆହୁରି ବଢିଯାଇଛି । ପ୍ରବଳ ଗୁଳୁଗୁଳି ଅନୂଭୁତ ହେଉଛି । ପାଣିପାଗ ବିଭାଗ କହିଛି. ଏଭଳି ଗରମ ଆହୁରି ୩ ଦିନ ଯାଏଁ ଲାଗି ରହିବ ।

ବିଶେଷ କରି ପଶ୍ଚିମ ଓଡିଶାରେ ତାପମାତ୍ରା ଆହୁରି ୩ ଡିଗ୍ରୀ ଯାଏଁ ବଢିପାରେ । ଉପକୂଳ ଓଡିଶାରେ ବି ସ୍ୱାଭାବିକ ତାପମାତ୍ରାଠାରୁ ୨ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି । ଗତକାଲି ଟିଟିଲାଗଡରେ ସର୍ବାଧିକ ୪୫ ଦଶମିକ ୫ ଡିଗ୍ରୀ ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା କମ୍ ରହିଥିଲେ ମଧ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ତେବେ ବାତ୍ୟା ଫୋନି ପ୍ରଭାବରେ ଅନେକ ଅଞ୍ଚଳରେ ବର୍ତମାନ ସମୟରେ ବି ବିଜୁଳି ସଂଯୋଗ ହୋଇପାରିନାହୁଁ । ତେଣୁ ସେହି ଅଞ୍ଚଳକେ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ପ୍ରବଳ ଗରମରେ ଲୋକ ହେଉଛନ୍ତି ଛଟପଟ ।

ସମ୍ବନ୍ଧିତ ଖବର