ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ୩୭୫ଟି ‘ମୋ ବସ୍’ ଚାଲୁଛି। ଦୁର୍ଭାଗ୍ୟବଶତଃ, ‘ମୋ ବସ୍’ ଦୁର୍ଘଟଣାରେ ୨୦୧୯ ମସିହାଠାରୁ ଇତି ମଧ୍ୟରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆରୟୁଟି) ଏବଂ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଦ୍ୱାରା ପରିଚାଳିତ ‘ମୋ ବସ୍’ଗୁଡ଼ିକର ସୁରକ୍ଷା ବୈଶିଷ୍ଟ୍ୟ ଏବଂ ଗତି ସୀମା ସମ୍ପର୍କରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଉଠାଇଥିବା ଏକ ପ୍ରଶ୍ନର ଉତ୍ତରରେ ମହାପାତ୍ର ଏହି ଉତ୍ତର ଦେଇଛନ୍ତି।
ପ୍ରଶ୍ନର ଉତ୍ତର ଦେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ୩୭୫ଟି ‘ମୋ ବସ୍’ ଚାଲୁଛି। ‘ମୋ ବସ୍’ ଦୁର୍ଘଟଣାରେ ଏହା ଚଳାଚଳ କରିବା ପରଠାରୁ ଇତି ମଧ୍ୟରେ ୧୬ ଜଣଙ୍କ ଜୀବନ ଯାଇଛି।
ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଗତି ନିୟନ୍ତ୍ରଣ କରିବା ପାଇଁ ବସ୍ଗୁଡ଼ିକରେ ସ୍ପିଡ୍ ଗଭର୍ଣ୍ଣର ଲଗାଯାଇଛି।
ଅଧିକ ପଢ଼ନ୍ତୁ: ୮ ମାସରେ ୧୯ ‘ମୋ ବସ୍’ଦୁର୍ଘଟଣା: ନଗର ଉନ୍ନୟନ ମନ୍ତ୍ରୀ
ସହର ମଧ୍ୟରେ ଇଲେକ୍ଟ୍ରିକ୍ ବସ୍ର ଗତି ସୀମା ୩୫ କିଲୋମିଟର ପ୍ରତି ଘଣ୍ଟା ରହିଛି। ସେହିପରି ଡିଜେଲ ବସ୍କୁ ଘଣ୍ଟା ପିଛା ୪୦ କିଲୋମିଟର ବେଗରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ଏହା ସହିତ, ଜାତୀୟ ରାଜପଥରେ ଚଳାଚଳ କରୁଥିବା ୧୬ଟି ବସ୍କୁ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି।
ସରକାର ମୃତକଙ୍କ ପରିବାରକୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରିଛନ୍ତି, ୨୦୧୯ ମସିହାରୁ ଇତି ମଧ୍ୟରେ ମୋଟ ୨,୯୪,୮୭,୨୦୦ ଟଙ୍କା ଅନୁକମ୍ପା ମୂଳକ କ୍ଷିତି ପୂରଣ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ବିଦାୟୀ ଭାଷଣ ପରେ ଚୌକି ଉଠାଇ ଟ୍ରୁଡୋ କହିଥିଲେ, ‘ଆଚ୍ଛା ହଉ ଏବେ ମୁଁ ଯାଉଛି’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/03/11/N191js9J1wdjzqRptOtA.jpeg)