ରାଜପୁର ସମଲେଇ ଗୁଡ଼ିରେ ଘୋଡ଼ାର ଖୁରା ଚିହ୍ନ

ବ୍ରଜରାଜନଗର: ରାଜପୁରର ବୁଢ଼ୀ ମା’ ସମଲେଇ ଗୁଡ଼ିରେ ଦଶହରା ଦିନ ବର୍ଷକରେ ଥରେ ଜମିଦାର ବଂଶଜମାନେ ରଣଜିତା ଶୋଭାଯାତ୍ରାରେ ମା’ଙ୍କୁ ଦର୍ଶନ ଓ ପୂଜା କରିବାର ପରମ୍ପରା ରହିଛି। ଶନିବାର ପାଟଖଣ୍ଡା ଧରି ରାଜପୁରୋହିତ ପ୍ରଦୀପ ପାଟ୍ଟଯୋଷୀଙ୍କ ସହ ଶୋଭାଯାତ୍ରାରେ ଯିବା ବେଳେ ଗୁଡ଼ିରେ ବଡ଼ ଘୋଡ଼ାର ଖୁରା ଚିହ୍ନ ୧୩ଟି ଦେଖିବାକୁ ମିଳିଥିଲା। ଗୁଡ଼ିଟିର ପ୍ରବେଶପଥ ମାତ୍ର ୪ ଫୁଟ ହୋଇଥିବାରୁ ଜମିଦାର ବଂଶଜମାନେ ଭିତରକୁ ଯିବାକୁ ହେଲେ ମୁଣ୍ଡ ନଇଁ ଯିବାକୁ ହୋଇଥାଏ।

କିନ୍ତୁ, ଗାଈଗୋରୁ ପଶିବା ଅସମ୍ଭବ। ଅଭିଜ୍ଞ ଲୋକମାନେ କହୁଛନ୍ତି, ଏହା ଘୋଡ଼ାର ଚିହ୍ନ। ଗୁଡ଼ିରେ ପାର୍ବଣ ସମୟରେ ପାରମ୍ପରିକ ୧୩ଟି ଅଧ୍ୟାୟରେ ଚଣ୍ଡୀ ପାଠ ହୋଇଥାଏ। ସେହି ସମୟରେ ୧୩ଟି ଦୀପ ମା’ଙ୍କ ନିକଟରେ ଅର୍ପଣ କରାଯିବାର ନିୟମ ରହିଛି। ଏହା ସହ ୧୩ଟି ଘୋଡ଼ାର ଗୋଡ଼ ତଳର ଚିହ୍ନ ଦେଖାଯିବାରୁ ଏହାକୁ ଏକ ସଂଯୋଗ ବୋଲି ମଧ୍ୟ ବିଶ୍ୱାସ ରଖୁଥିବା ଲୋକମାନେ ଏବଂ ଜମିଦାର ବଂଶଜମାନେ କହୁଛନ୍ତି। ଘଟଣାକୁ ନେଇ ବାସ୍ତବବାଦୀ ଓ ଅବାସ୍ତବବାଦୀଙ୍କ ମଧ୍ୟରେ ଏବେ ବି କଳ୍ପନାଜଳ୍ପନା ଜାରି ରହିଛି।

ସମ୍ବନ୍ଧିତ ଖବର