ହାଉସିଂବୋର୍ଡ ଅଧ୍ୟକ୍ଷଙ୍କ ପଟ୍ଟାମୁଣ୍ଡାଇ, ଡାଙ୍ଗମାଳ ପରିଦର୍ଶନ

ଭୁବନେଶ୍ବର : ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ପଟ୍ଟାମୁଣ୍ଡାଇ, ରାଜନଗର ଓ ଡାଙ୍ଗମାଳ ପରିଦର୍ଶନ କରିଛନ୍ତି। ଶ୍ରୀ ମିଶ୍ରଙ୍କ ସହ ରାଜନଗର ବିଧାୟକ ଧ୍ରୁବ ସାହୁ ଏହି ଅଞ୍ଚଳରେ ହାଉସିଂବୋର୍ଡର ପୁରାତନ ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରିବା ସହ ପ୍ରକଳ୍ପ ଅଞ୍ଚଳରେ ସାଧାରଣ ଜନତା ଓ ଗୃହ ଆଶାୟୀ ଆବେଦନକାରୀଙ୍କ ଠାରୁ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।

ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ମଧ୍ୟରେ ହାଉସିଂ ବୋର୍ଡ ଅଧିଗ୍ରହଣ କରିବା ପାଇଁ ଥିବା ୪ ଏକର ୭୬୦ ଡିସିମିଲ୍‌ ଜାଗାରୁ ୨ ଏକର ଜାଗାରେ ପୌର କର୍ତ୍ତୃପକ୍ଷ ପ୍ରମୋଦ ଉଦ୍ୟାନ କରିଛନ୍ତି। ଅବଶିଷ୍ଟ ଜାଗାରେ ହାଉସିଂ ‌େବାର୍ଡ ନୂଆ ପ୍ରକଳ୍ପ କରିବ ବୋଲି ବିଧାୟକ ଓ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ବିଧାୟକଙ୍କ ପ୍ରସ୍ତାବକ୍ରମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସାମ୍ନାରେ ଏକ ମୁକ୍ତ ପ୍ରାଙ୍ଗଣକୁ ଚିହ୍ନଟ କରି ‌େସଠାରେ ଗୋଟିଏ ଯୋଜନାବଦ୍ଧ ପ୍ରକଳ୍ପ କରିବାକୁ ଅଧ୍ୟକ୍ଷ ଶ୍ରୀ ମିଶ୍ର ରାଜନଗର ତହସିଲ୍‌ଦାର ଓ ଅନ୍ୟ ରାଜସ୍ବ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏହା ବାଦ୍ ଡାଙ୍ଗମାଳର ଭିତରକନିକା ଅଭୟାରଣ୍ୟ ପ୍ରବେଶ ପଥ ନିକଟରେ ଥିବା ପାନ୍ଥନିବାସ ସାମ୍ନାରେ ପ୍ରାୟ ୨ ଏକର ଜାଗାରେ ଛୋଟ ଛୋଟ ଘର ଅବସର ବିନୋଦନ ଗୃହ ଢାଞ୍ଚାରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯିବା ସହ ସେଠାରେ ଏକ ବାଣିଜ୍ୟିକ କେନ୍ଦ୍ର ମଧ୍ୟ ନିର୍ମାଣ କରିବାକୁ ଶ୍ରୀ ମିଶ୍ର କହିଥିଲେ। ଏହି ଗସ୍ତ ସମୟରେ ଅଧ୍ୟକ୍ଷଙ୍କ ସହ ସଂସ୍ଥାର ବରିଷ୍ଠ ଅଧିକାରୀ ମାନସ ରଞ୍ଜନ ଦାସ ଓ କଟକ ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ବି ବି ରାଉଳ ଉପସ୍ଥିତ ଥ‌ିଲେ।

ସମ୍ବନ୍ଧିତ ଖବର