କାଳିଆପାଣି : ସୁକିନ୍ଦା ତହସିଲ କାଙ୍କଡ଼ପାଳ ସର୍କଲ କାଳିଆପାଣି ମୌଜାର କାଳିଆପାଣି ସରକାରୀ ପ୍ରାଥମିକ ସ୍କୁଲ୍ ପାଖରେ ରହୁଥିବା ୨ ଅସହାୟ ମହିଳାଙ୍କ ଘର ଉପରେ ଏକ ବଡ଼ କୃଷ୍ଣଚୂଡ଼ା ଗଛ ଉପୁଡ଼ି ପଡ଼ିଛି। ପ୍ରଥମ ରଜ ଝଡ଼ବର୍ଷାରେ ମାଟି କାନ୍ଥ ଓ ସିମେଣ୍ଟ୍ ଟାଇଲ୍ ଛପର ଥିବା ଏହି ଘରର ଗୋଟିଏ ବଖରା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ବିଧବା ଶାଶୂ କାଞ୍ଚନ ପଲେଇ ଓ ତାଙ୍କ ବୋହୂ ବିଧବା ଖତି ପଲେଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2022/06/kaliapani2a-204x300.jpg)
ସ୍ବର୍ଗତ ବଟ ପଲେଇ ଓ ତାଙ୍କ ପୁଅ ଯୋଗୀଙ୍କ ମୃତ୍ୟୁ ପରେ ସଂପୃକ୍ତ ପରିବାର ଦୁଃଖକଷ୍ଟରେ ଚଳିଆସୁଥିବା ବେଳେ କାଳବୈଶାଖୀ ଝଡ଼ ସେମାନଙ୍କ ଉପରେ ଦାଉ ସାଧିଛି। ତୁରନ୍ତ କ୍ଷୟକ୍ଷତି ଆକଳନ ସହ ସେମାନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/kaliapani-g.jpg)