ଜଗମୋହନପୁର: ତେଲକୋଇ ବ୍ଲକ୍‌ ସରୁଆଳି ଗ୍ରାମର ଲିଙ୍ଗରାଜ ଖିଲାରଙ୍କ ଟାଇଲ ଛପର ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଛି। ତିନି ବଖରା ଘରେ ପରିବାରର ୭ ପ୍ରାଣୀ ରହୁଥିଲେ। ଲଗାଣ ବର୍ଷାରେ ମାଟି କାନ୍ଥ ଦୁର୍ବଳ ହୋଇଯାଇ ଭୁଶୁଡ଼ି ପଡ଼ିଥିଲା। ଘର ଭାଙ୍ଗିଯିବା ପରେ ପରିବାର ଲୋକେ ଦୁଃଖକଷ୍ଟରେ ରହୁଛନ୍ତି।

Advertisment

କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ସେହିପରି ଜଗମୋହନପୁର ବଜାରରେ ରହୁଥିବା ଯଶୋବନ୍ତ ମହାନ୍ତଙ୍କ ଟାଇଲ ଛପର ଦୋକାନ ଘରଟି ମଧ୍ୟ ଲଗାଣ ବର୍ଷାରେ ଭାଙ୍ଗିଯାଇଛି। ଦୋକାନରେ ଥିବା ଜିନିଷ ଗୁଡ଼ିକୁ ସେ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ଶ୍ରୀ ମହାନ୍ତ ମଧ୍ୟ ସରକାରୀ ସହାୟତା ପାଇବାକୁ ନିବେଦନ କରିଛନ୍ତି।