ଲକ୍ଷ୍ମୀପୁର ବ୍ଲକର ବୁର୍ଜା ଗ୍ରାମରେ ଗ୍ୟାସ୍‌ ଲିକରୁ ଅଗ୍ନିକାଣ୍ଡ : ଘର ସମେତ ପୋଡିଗଲା ସମସ୍ତ ଆସବାବପତ୍ର

ଲକ୍ଷ୍ମୀପୁର : ଗ୍ୟାସ ଲିକ ହୋଇ ବୁର୍ଜା ଗ୍ରାମରେ ଜଣଙ୍କ ଘରେ ନିଆଁ ଲାଗି ସମସ୍ତ ଆସବାବପତ୍ର ପୋଡି ଯାଇଛି। ଲକ୍ଷ୍ମୀପୁର ବ୍ଲକର ବୁର୍ଜା ଗ୍ରାମରେ ଅପରାହ୍ନ ପ୍ରାୟ ୫ଟା ବେଳେ ଘଟିଛି ଏହି ଘଟଣା। ଗ୍ରାମର ଇଶ୍ୱର ତୁରୁକଙ୍କ ଘରେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ଯାଇଥିଲା। ଖବର ପାଇଁ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ଏପରିକି ଲକ୍ଷ୍ମୀପୁରଠାରେ ଥିବା ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲେ ମଧ୍ୟ ମାତ୍ର ୩ କି.ମି. ଦୂରରୁ ଆସି ପହଞ୍ଚିବାରେ ବିଳମ୍ବ ହେବାରୁ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା।

ଇଶ୍ୱର ଜଣେ ଗରିବ ଶ୍ରେଣୀର ଲୋକ, ସେ ଏକ ଛୋଟ ଜଳଖିଆ ଦୋକାନ କରି ପରିବାର ପୋଷଣ କରନ୍ତି। ଅଗ୍ନିକାଣ୍ଡରେ ତାଙ୍କର ସର୍ବଶ୍ୱ ପୋଡି ପାଉଁଶ ହୋଇଯାଉଥିବା ଯୋଗୁ ସରକାରଙ୍କ ପକ୍ଷରୁ ତାଙ୍କୁ ସହାୟତା ପ୍ରଦାନ କରାଯିବାକୁ ଚଉବନ ଖୋସ୍ଲାଙ୍କ ସହିତ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର