ଘୁ.ଉଦୟଗିରି: ଲଘୁଚାପ ପ୍ରଭାବ ଯୋଗୁଁ ପ୍ରବଳ ବର୍ଷା ହେବା ଫଳରେ କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ କାମାନାଯୁ ଗ୍ରାମର ପ୍ରିୟଙ୍କା ଦିଗାଳଙ୍କ ଘର କାନ୍ଥ ଭୁଶୁଡ଼ି ଯାଇଛି। ଭାଗ୍ୟବଶତକୁ ଭୁଶୁଡ଼ିବା ସମୟରେ ଘରର ସମସ୍ତ ସଦସ୍ତ ଉଠି ଯାଇଥିଲେ।
ପ୍ରିୟଙ୍କାଙ୍କ ସହିତ ଅକ୍ଷୟ କୁମାର ନାୟକଙ୍କ ଘର କାନ୍ଥ ମଧ୍ୟ ଭୁଶୁଡ଼ି ଯାଇଛି। ସେହି ସମୟରେ ଘରର କାନ୍ଥ ସମେତ ଆଜବେଷ୍ଟସ ଭାଙ୍ଗି ପଡ଼ିଯାଇଛି। ପ୍ରିୟଙ୍କାଙ୍କ ସହିତ ସ୍ବାମୀ ପିଙ୍କୁ ନାୟକ, ଶାଶୁ ଏବଂ ନିଜର ଦୁଇ ପିଲାମାନଙ୍କୁ ଧରି ସୋଇଥିବା ସମୟରେ ଘରଟି ଭୁଶୁଡ଼ି ଥିବା ପ୍ରକାଶ କରିଛନ୍ତି। ରାତି ଦୁଇ ଘଣ୍ଟା ସମୟରେ ଏହି ଘର ଭୁଶୁଡ଼ିଥିବା ସୂଚନା ଦେଇଛନ୍ତି ପ୍ରିୟଙ୍କା।
ଦିନମଜୁରୀ କରି ପରିବାର ଚଳାଉଥିବା ପ୍ରିୟଙ୍କା ବର୍ତ୍ତମାନ ବର୍ଷା ସମୟରେ କେମିତି ରହିବେ ସେ ଘରେ ସେନେଇ ବଡ଼ ଚିନ୍ତା ଧରିଛି। ଏପଟେ ଆବାସ ଯୋଜନାରୁ ମଧ୍ୟ କୌଣସି ଘରର ମିଳିନଥିବାରୁ ବର୍ତ୍ତମାନ ସରକାରଙ୍କୁ ଆବାସ ଯୋଜନାରୁ ଏକ ଘର ପାଇଁ ଗୁହାରୀ କରିଛନ୍ତି।
Kandhamal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/03/g-udayagiri-2025-10-03-15-46-24.jpg)