ଅଭିଜିତଙ୍କ ଅଡ଼ୁଆ ବଢ଼ିଲା

କଡ଼ା ଆଭିମୁଖ୍ୟ ଗ୍ରହଣ କଲା ସ୍ୱତନ୍ତ୍ର ଗୃହ କମିଟି, ଆସନ୍ତା ୧୧ରେ ହାଜର ହେବାକୁ ନିର୍ଦେଶ

ଭୁବନେଶ୍ୱର : କୋଣାର୍କ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ତଥା ଅପଶବ୍ଦ ବ୍ୟବହାର ଘଟଣାେର ଗତକାଲି ସୁପ୍ରିମକୋର୍ଟ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ଅନ୍ତରୀଣ ସୁରକ୍ଷା  ଦେଇଛନ୍ତି। ୨୪ ଘଣ୍ଟା ଯାଇନି, ଆଜି କିନ୍ତୁ ଅଭିଜିତଙ୍କ ଉପରେ ପୁଣି ଚଡ଼କ ପଡିଛି। ଏଥର ପୁଲିସ କିମ୍ବା କୋର୍ଟ ନୁହେଁ, ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଗୃହ କମିଟି ଅଭିଜିତଙ୍କୁ ହାଜର ପାଇଁ ସମନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମ ସାମ୍ନାେର ଓଡ଼ିଶାର ବିଧାୟକମାନଙ୍କୁ ବୋକା ବୋଲି ସେ ଯେଉଁ ମନ୍ତବ୍ୟ ଦେଇଥିେଲ,ସେ ନେଇ ଗୃହ କମିଟି ତାଙ୍କୁ ପଚରାଉଚରା କରିେବ। ବିଧାୟକଙ୍କ  ସ୍ୱାଧୀକାର ଭଙ୍ଗ ହୋଇଛି କି ନାହିଁ,ସେ ନେଇ ବିେରାଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାେର ଗଠିତ କମିଟି ତର୍ଜମା କରୁଛନ୍ତି। ଆଜି ଏହି କମିଟିର ଦ୍ବିିତୀୟ ବୈଠକରେ ଅଭିଜିତଙ୍କ ପାଇଁ ଅଡୁଆ ବଢିଛି।

ପୂର୍ବ ନିର୍ଧାରିତ ସମୟ ଅନୁସାେର, ଆଜି ବିଧାନସଭାର ୫୫ ନମ୍ବର ପ୍ରକୋଷ୍ଠରେ ଗୃହ କମିଟିର ବୈଠକ ବସିଥିଲା। ବିେରାଧୀ ଦଳ ନେତା ଶ୍ରୀ ମିଶ୍ର ଏଥିେର ଅଧ୍ୟକ୍ଷତା କରିଥିେଲ। ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଛାଡିେଦଲେ ଅନ୍ୟ ୪ ଜଣ ସଦସ୍ୟ ଅର୍ଥାତ୍ ବିେଜପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ବିେଜଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ସଂଜୟ କୁମାର ଦାସବର୍ମା ଓ ଅରୁଣ ସାହୁ ବୈଠକରେ ଉପସ୍ଥିତ ଥିେଲ।

ଗତ ବୈଠକର ନୋଟିସ ଆଧାରରେ ପୁଲିସ ମହାନିେର୍ଦଶକ, ଗୁଇନ୍ଦା ମୁଖ୍ୟ ଓ ଏହି ଖବର ପ୍ରକାଶ ଓ ପ୍ରସାରଣ କରିଥିବା ଗଣମାଧ୍ୟମର ଦୁଇଜଣ ପ୍ରତିନିଧି ହାଜର େହାଇ କମିଟି ପଚାରିଥିବା ପ୍ରଶ୍ନର ଉତ୍ତର ରଖିଥିେଲ।

ବୈଠକ ପରେ ବିେରାଧୀ ଦଳ େନତା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଥିଲେ, ସମସ୍ତଙ୍କ ରେକର୍ଡ ଗ୍ରହଣ କରାଯାଇଛିି। ଯାହା ଜଣାପଡିଛି, ଆପାତତଃ ଟିଭି, ଖବରକାଗଜରେ ଯାହା ରିପୋର୍ଟ ହୋଇଛି ତାହା ସତ୍ୟ। କମିଟି ଅନୁଭବ କରିଛି ଯେ, ଆୟାର ବିଧାୟକଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ସ୍ବାଧିକାର ଭଙ୍ଗ କରୁଛି। ତେଣୁ ଅଭିଜିତଙ୍କୁ ନୋଟିସ କରାଯିବ। ଅଭିଜିତଙ୍କୁ ଆସନ୍ତା ୧୧ ତାରିଖ ଦିନ ୧୧ଟାରେ ବ୍ୟକ୍ତିଗତ ଭାବେ ବିଧାନସଭାର ୫୫ ନମ୍ବର ପ୍ରକୋଷ୍ଠରେ ଗୃହ କମିଟି ଆଗରେ ହାଜ଼ର ହେବାକୁ ହେବ। ଘଟଣା ସଂପର୍କରେ ଅଧିକ ଅନୁସନ୍ଧାନ କରାଯିବ ବୋଲି ଶ୍ରୀ ମିଶ୍ର କହିଥିେଲ।

ଉଲ୍ଲେଖଯୋଗ୍ୟ, ବୈଜୟନ୍ତଙ୍କ ବନ୍ଧୁ ଶ୍ରୀ ଅଭିଜିତ ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିରରେ ଥିବା ଚିତ୍ର ଉପରେ େକବଳ ଅରୁଚିକର ମନ୍ତବ୍ୟ ଦେଇଥିଲେ, ତା ନୁେହଁ,ଓଡ଼ିଶା ସଂପର୍କରେ ଆହୁରି ଅନେକ ବିବାଦୀୟ ମନ୍ତବ୍ୟ େଦଇଥିେଲ।
କହିଥିଲେ, ଜଗନ୍ନାଥ ପ୍ରକୃତରେ କୋଲକାତାର ଠାକୁର। କଳିଙ୍ଗ ରାଜା ଜଗନ୍ନାଥଙ୍କୁ ଚୋରି କରି ଆଣିଛନ୍ତି। ଓଡ଼ିଶା ବେଙ୍ଗଲୀମାନଙ୍କ ଦ୍ବାରା ଆବିଷ୍କୃତ। ଓଡ଼ିଶା ବୋଲି କିଛି ନାହିଁ। ଏହା ହେଉଛି ଅବିଭକ୍ତ ବେଙ୍ଗଲର ଦକ୍ଷିଣ ପ୍ରଗଣା ବନାଞ୍ଚଳ। ‘ଓରି ଶଳା’ରୁ ‘ଓଡ଼ିଶା’ ହୋଇଛି।

ଓଡ଼ିଶାରେ ତାଙ୍କୁ ନେଇ ପ୍ରତିବାଦ ଉଠିବା ପରେ ବି ସେ ଚୁପ୍‌ ବସିନଥିଲେ। ବର˚ ମୁହଁଟାଣ ଦେଖାଇ କେତେବେଳେ ରାଜ୍ୟକୁ ଆକ୍ଷେପ କରିଥିଲେ ତ ଆଉ କେତେବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଅତ୍ୟନ୍ତ ଖରାପ ଟୀକା ଟିପ୍‌ପଣୀ ଦେଇଥିେଲ। େଶଷରେ ବିଧାୟକମାେନ ବୁଦ୍ଦୁ େବାଲି ମଧ୍ୟ ଏକ ଗଣମାଧ୍ୟମକୁ କହିଥିେଲ। ଏହି ଘଟଣାକୁ େନଇ ବିଧାନସଭାେର ଝଡ଼ ସୃଷ୍ଟି େହାଇଥିଲା। ଦଳମତ ନିର୍ବିେଶଷରେ ସମସ୍ତେ ଏହାକୁ ନାପସନ୍ଦ କରିବା ସହିତ ତାଙ୍କ ବିେରାଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିେଲ। େଶଷରେ ବାଚସ୍ପତି େନାଟିସକୁ ବିଚାର ପାଇଁ ଗ୍ରହଣ କରି ବିେରାଧୀଦଳ େନତାଙ୍କ ଅଧ୍ୟକ୍ଷତାେର ଏକ ସ୍ବତନ୍ତ୍ର ଗୃହ କମିଟି ଗଠନ କରିଥିେଲ।

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଏସବୁ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଏହାକୁ ନାପସନ୍ଦ କରାଯାଇଥିଲା। ପରେ ତାଙ୍କୁ ଦିଲ୍ଲୀରୁ ଓଡିଶା ପୋଲିସ ଗିରଫ କରିଥିଲା। େତବେ ସାକେତ େମଟ୍ରୋପଲିଟାନ୍ ମାଜିେଷ୍ଟ୍ରଟ୍ ତାଙ୍କୁ ଅନ୍ତରୀଣ ଜାମିନ େଦଇଥିେଲ। ଗତକାଲି ସୁପ୍ରିମକୋର୍ଟ ଏହି ସମୟସୀମା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର