ରାଉରକେଲା: ଆଜି ସନ୍ଧ୍ୟାରେ ରାଉରକେଲାରେ କାଳବୈଶାଖୀ ଦେଖିବାକୁ ମିଳିଛି। ରିଂ ରୋଡ଼ କଡ଼ରେ ଥିବା ଏକାଧିକ ଗଛ ଭାଙ୍ଗିଯାଇଛି। ଏମିତିକି ରାଉରକେଲା ଇସ୍ପାତ କାରଖାନା ପ୍ଲେଟ ମିଲ ବିଭାଗ କର୍ମଚାରୀ ତଥା ସେକ୍ଟର-୨୦, କ୍ୱାର୍ଟର ନଂ ସି-୧୮ ସ୍ଥିତ ଭଗବାନ ନାୟକଙ୍କ ଘର ଭାଙ୍ଗିଯାଇଛି। ଘରେ ଥିବା ପରିବାର ସଦସ୍ୟ ଅଳ୍ପକେ ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି।

Advertisment

ଘରେ ଥିବା ସ୍କୁଟି, ଟିଭି, ଏସି ଆଦି ବିଭିନ୍ନ ସାମଗ୍ରୀ ଭାଙ୍ଗି ଚୁରମାର ହୋଇଯାଇଛି। ବିପଦସଂକୁଳ ଅବସ୍ଥାରେ ଥିବା ଗଛ କାଟିବାକୁ ଘର ମାଲିକ ଆରଏସପି ସହରସେବା ଭିଆଗକୁ ଲିଖିତଭାବେ ଜଣାଇଥିଲେ। ତେବେ ଗଛ କଟାଯାଇନଥିଲା।