ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ଗ୍ରାମରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶି ଉତ୍ପାତ କରିଛି। ଗ୍ରାମର ବଳଭଦ୍ର ନାୟକଙ୍କ ଘର ଭାଙ୍ଗି ଧାନ ଖାଇବା ସହ ଆସବାବପତ୍ର ଦଳିଚକଟି ନଷ୍ଟ କରିଦେଇଛି। ପରିବାର ଲୋକେ ଅଳ୍ପକେ ହାତୀ ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି।

Advertisment

କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ବେଲଦା ଜଙ୍ଗଲରେ ଦିନତମାମ ଏକ ହାତୀପଲ ଡେରା ପକାଇଥିଲେ। ଏହି ପଲରୁ ଦନ୍ତାହାତୀଟି ରାତିରେ ଅଲଗା ହୋଇଯାଇଛି। ଖିରେଇଟାଙ୍ଗିରି ଗ୍ରାମରେ ପଶି ଉତ୍ପାତ କରିଥିବା ଜଣାପଡ଼ିଛି। ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଭୟଭୀତ ‌ହୋଇପଡ଼ିଛନ୍ତି।