ରାଇସୁଆଁ: ଖରାଦିନ ଆରମ୍ଭରୁ କାଳବୈଶାଖୀ ତା’ର ରୂପ ଦେଖାଇବା ଆରମ୍ଭ କଲାଣି। ଗୁରୁବାର ଘୂର୍ଣ୍ଣିଝଡ଼ରେ ତେଲକୋଇ ବ୍ଲକ୍ ରାଇସୁଆଁ ପଞ୍ଚାୟତ ହୋଇଯାଇଛି। ଘରଦ୍ବାର ଛିନ୍ନଛତ୍ର ହୋଇଯିବା ସହିତ ଅନେକ ବେଘର ହୋଇପଡ଼ିଛନ୍ତି।
ଅପରାହ୍ଣ ପ୍ରାୟ ୪ଟା ହେବ। ଏହି ସମୟରେ ହଠାତ୍ ଝଡ଼ତୋଫାନ ମାଡ଼ି ଆସିଥିଲା। ଝଡ଼ତୋଫାନ ସାଙ୍ଗକୁ ବଜ୍ରପାତ। ବଜ୍ରପାତରେ ପ୍ରଫୁଲ୍ଲ ଚନ୍ଦ୍ର ମୁଣ୍ଡାଙ୍କର ଗୋଟିଏ ବଳଦ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘର ବାରଣ୍ଡାରେ ବସିଥିବା ସାହିର ପୀତବାସ ମୁଣ୍ଡା(୬୨), ନେତ୍ର ମହାନ୍ତ(୫୯) ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ ଝାଟିକିପଶି ଗ୍ରାମର ନେତ୍ର ତିଳବଣିସାହି ପ୍ରଫୁଲ୍ଲ ମୁଣ୍ଡାଙ୍କ ଘରକୁ କୌଣସି କାର୍ଯ୍ୟ ପାଇଁ ଯାଇଥିଲେ। ସେତେବେଳେ ଝଡ଼ତୋଫାନ ସାଙ୍ଗକୁ ଘନଘନ ବଜ୍ରପାତ ହୋଇଥିଲା। ସେ ଘର ବାରଣ୍ଡାରେ ବସିଥିବା ବେଳେ ପୀତବାସ ତାଙ୍କ ନିକଟରେ ଥିଲେ। ସେହି ସମୟରେ ବିଦ୍ୟୁତ ଖୁଣ୍ଟକୁ ବଜ୍ରପାତ ହେବାରୁ ବଳଦ ଦେହରେ ପଡ଼ିଥିଲା। ଫଳରେ ବଳଦଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମାତ୍ର ଘରର ବିଦ୍ୟୁତ ତାର, ମିଟର ଆଦି ପୋଡି ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ଏଥିରେ ପୀତବାସ ଗୁରୁତର ଆହତ ହୋଇଥିଲେ। ତେବେ ନେତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାତ୍ର ଘୂର୍ଣ୍ଣି ଝଡ଼ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ଘର ଛପର ଉଡ଼ି ଯାଇଛି। ଅନେକ ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/1-7.jpg)