ରାଉରକେଲା: ବିଦ୍ୟୁତ୍ ସଟ୍ ସର୍କିଟରୁ ଜଳିଗଲା ଅଙ୍ଗନବାଡି କର୍ମୀଙ୍କ ଘର। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ବିଶ୍ରା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ବଡଧରଣର ଅଗ୍ନିକାଣ୍ଡକୁ ରୋକାଯାଇ ପାରିଛି। ଏମିତି ଅଘଟଣ ଘଟିଛି ବିଶ୍ରା କପାଟମୁଣ୍ଡା ପଞ୍ଚାୟତ ବାରାବାଂଶ ଗ୍ରାମରେ। ବାରାବାଂଶ ଗ୍ରାମରେ ଅଙ୍ଗନବାଡିକର୍ମୀ ରାସମଣି ମାହାଲି ପରିବାର ସହ ରହନ୍ତି। ପରିବାର ସମସ୍ତ ସଦସ୍ୟ ଘରେ ଥିବାବେଳେ ହଠାତ୍ ବିଦ୍ୟୁତ୍ ସଟ୍ ସର୍କିଟରୁ ଶୋଇବା ଘରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଅନ୍ୟ ଘରକୁ ବ୍ୟାପୀଯାଇଥିଲା। ଘର ଭିତରେ ଥିବା ରାସମଣି, ସ୍ବାମୀ ଓ ପିଲା ଛୁଆ ବାହାରକୁ ଦୌଡି ପଳାଇ ଆସିଥିବାରୁ ବର୍ତ୍ତିଯାଇଛନ୍ତି। ନିଆଁରେ ଆଲମିରା, ସମେତ ଅନ୍ୟାନ୍ୟ ଜଳି ପୋଡିଯାଇଛି।
ବିଦ୍ୟୁତ୍ ସଟ୍ ସର୍କିଟରୁ ଜଳିଗଲା ଅଙ୍ଗନବାଡିକର୍ମୀଙ୍କ ଘର
/sambad/media/post_attachments/wp-content/uploads/2021/10/c44fa80e-58cf-4668-8065-af323ecf4f5d.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)