ରାଇସୁଆଁ : ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର ରାଇସୁଆଁ ଫରେଷ୍ଟ ଚେକ୍ଗେଟ୍ ନିକଟ ମାର୍ଦା ଗ୍ରାମର ଜୟରାମ ବାରିକଙ୍କ ଦୁଇବଖରା ଝାଟିମାଟି ଘରକୁ ଗତକାଲି ବିଳମ୍ବିତ ରାତିରେ ହାତୀପଲ ଭାଙ୍ଗି ଦେଇଛନ୍ତି। ଘରେ ସାଇତା ହୋଇ ରଖାଯାଇଥିବା ୨୦ ବସ୍ତା ଧାନକୁ ହାତୀ ଖାଇ ଯାଇଛନ୍ତି। ପରିବାରର ୬ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ସେଠାରେ ଆଜି ସକାଳେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ଫଟୋ ଉତ୍ତୋଳନ କରିଛନ୍ତି। ଗରିବ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଘର ଭାଙ୍ଗିଲେ ହାତୀପଲ
/sambad/media/post_attachments/wp-content/uploads/2022/01/2582ee9a-b360-4ed2-b77c-a991934c7fb8.jpg)
/sambad/media/agency_attachments/2024-07-24t043029592z-sambad-original.webp)