ଧର୍ମଗଡ଼ : ନିଆଁ ଲାଗିଯିବାରୁ ବୁଧବାର ଧର୍ମଗଡ଼ ବ୍ଲକ୍ ଛଞ୍ଚାଣବାହାଲି ପଞ୍ଚାୟତ ରାବଣଗୁଡ଼ାରେ ଗୋଟିଏ ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଘରେ ଥିବା ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଛି।
ପ୍ରକାଶ ଯେ, ରାବଣଗୁଡ଼ା ଗାଁର ମୁକୁନ୍ଦ ଗୋପାଳ ଓ ସ୍ତ୍ରୀ ହୀରାଦି ଗୋପାଳ ବୁଧବାର ସକାଳେ ନିତ୍ୟକର୍ମ ପାଇଁ ପାଖ ପୋଖରୀକୁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ହେଲେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇ ସାରିଥିଲା। ଏବେ ମୁକୁନ୍ଦ ଘୋର ଚିନ୍ତାରେ ରହିଛନ୍ତି। ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।