ଘରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଯୋଡ଼ା : ଆଜି ସନ୍ଧ୍ୟାରେ ପଶ୍ଚିମ ଯୋଡ଼ା ଭିଟି ସେଣ୍ଟର ଲୟାର କ୍ୟାମ୍ପ  ଘର ନମ୍ବର ୨ ଆର ୩୨୩ରେ ରହୁଥିବା ସେନ କାରୁଆଙ୍କ ଘରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଟାଟା କଂପାନି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ସେତେବେଳକୁ ଘରେ ଥିବା ଆସବାବପତ୍ର ପୋଡ଼ି ପାଉଁଶ ହୋଇସାରିଥିଲା।

ସେନ କାରୁଆଙ୍କ ପରିବାର ଲୋକେ  ସନ୍ଧ୍ୟାରେ ଘରେ ଦୀପ ଜାଳି  ଘର  ସମ୍ମୁଖରେ  ଥିବା  ଖେଳ ପଡିଆକୁ  ଯାଇଥିଲେ।  ଘରେ କେହି ନ ଥିବାବେଳେ ଅଗ୍ନିକାଣ୍ଡ ଘଟିଲା ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଘର ଭିତରେ ଜଲୁଥିବା  ଦୀପରୁ ନିଆଁ ଲାଗିଥିବା  ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ପୁଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର