ହାଟଡିହି ବ୍ଲକ୍‌ ଷଡ଼ଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ପୋଡ଼ିଗଲା ୪ ବଖରା ଘର

ହାଟଡିହି : ହାଟଡିହି ବ୍ଲକ୍‌ ଷଡ଼ଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୪ ବଖରା ଘର ପୋଡ଼ିଯାଇଛି। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଦେହୁରୀସାହିର କୈଳାସ ନାୟକଙ୍କ ଘରେ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିଲା। ସାଙ୍ଗେ ସାଙ୍ଗେ ନିଆଁ ବ୍ୟାପିଯାଇ ପାଖରେ ଥିବା ଅଭିନ୍ନ ନାୟକ ଓ ରଞ୍ଜନ ନାୟକଙ୍କ ଘରେ ଲାଗି ଯାଇଥିଲା। ଗାଁ ଲୋକଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ ତିନିଟି ପରିବାରର ଧାନଚାଉଳ, ଲୁଗାପଟା ସମେତ ବିଭିନ୍ନ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର