ସୋସିଆଲ୍‌ ମିଡିଆରେ ଛାଇଲେ କେନ୍ଦ୍ରାପଡ଼ାର ବାଇକ୍‌ ରାଣୀ: ‘ଫନି’ କବଳରୁ ବଞ୍ଚାଇବା ପାଇଁ ବାଇକ୍‌ରେ ଲୋକଙ୍କୁ ବୋହିଲେ ଏହି ପୁଲିସ୍‌ ଅଧିକାରୀ

କେନ୍ଦ୍ରାପଡ଼ା: ଓଡ଼ିଶାରେ ସାମୁଦ୍ରିକ ଝଡ଼ ‘ଫନି’ ନାହିଁ ନଥିବା କ୍ଷୟକ୍ଷତି ଘଟାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ପୁଲିସ୍‌ ଷ୍ଟେସନ୍‌ର ଜଣେ ମହିଳା ପୁଲିସ୍‌ ଅଧିକାରୀ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ଏହି ମହିଳା ଅଧିକାରୀ ଜଣକ ନିଜର କାର୍ଯ୍ୟନିଷ୍ଠା ପାଇଁ ଏବେ ବିଭିନ୍ନ ଆଡୁ ପ୍ରଶଂସିତ ହେବାରେ ଲାଗିଛନ୍ତି।

ଜାଣିବାକୁ ମିଳିଛି ଯେ ‘ଫନି’ ପୂର୍ବରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ଏହି ଅଧିକାରୀ ଜଣକ ବିଶେଷ ଭୂମିକା ନିଭାଇଛନ୍ତି। ସେ ନିଜର ପଲ୍‌ସର ଗାଡ଼ି ଚଳାଇ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ବୋଲି ସୂଚନା ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମେ ୮ ତାରିଖରୁ ‘ଫନି’ର ପ୍ରଭାବ ପୁରୀରୁ ପ୍ରଳୟଙ୍କରୀ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବା ପରେ ଭାରତୀୟ ସେନା, ନୌସେନା ଓ ବାୟୁସେନାର କର୍ମଚାରୀମାନେ ଓଡ଼ିଶାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ। ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଇ ରାଜ୍ୟ ସରକାର ନିଜର କର୍ତ୍ତବ୍ୟ ତୁଲାଇଛନ୍ତି। ତେବେ, ଇତି ମଧ୍ୟରେ କେନ୍ଦ୍ରାପଡ଼ାର ଏହି ବୁଲେଟ୍‌ ବେବି ଜଣକ ସୋସିଆଲ୍‌ ମିଡିଆ ରାଣୀ ବନି ଯାଇଛନ୍ତି।

ସମ୍ବନ୍ଧିତ ଖବର