ବୌଦ୍ଧ/ହରଭଙ୍ଗା: ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରତେକ ସାହି ଓ ବସତିର ଲୋକେ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ କରିବା ଉପରେ ପ୍ରାଥମିକତା ଦେଉଛନ୍ତି।ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଛତ୍ରଙ୍ଗ ପଞ୍ଚାୟତର ବଳଦ ମୁଣ୍ଡା ହାଟପଦା ସାହିରେ ଆଜି ପର୍ଯ୍ୟନ୍ତ ରାସ୍ତାଖଣ୍ଡେ ନଥିବାରୁ ଦୀର୍ଘ ୨୦ବର୍ଷହେଲା ସେଠାରେ ବସବାସ କରୁଥିବା ୧୦ଟି ପରିବାର ସଦସ୍ୟଙ୍କ ସମେତ ସ୍କୁଲରେ ପାଠ ପଢ଼ୁଥିବା ଛୋଟଛୋଟ କୋମଳମତି ଛାତ୍ରଛାତ୍ରୀ ମାନେ।
ପିଲାମାନଙ୍କୁ ବର୍ଷା ଦିନରେ ହାତରେ ଚପଲ ଧରି ପାଣି କାଦୁଅରେ ସ୍କୁଲ ଯିବାଆସିବା କରୁଥିବା ଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ଛତ୍ରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଏକକିମି ଦୂର ଚାରିଛକ-କୁଶଙ୍ଗ ପୂର୍ତ୍ତରାସ୍ତା କଡରେ ଉକ୍ତ ହାଟପଦା ସାହି ଥିଲେ ମଧ୍ୟ ଏଯାଏଁ ସର୍ବନିମ୍ନ ମୌଳିକ ସୁବିଧା ରାସ୍ତାଖଣ୍ଡେ ନିର୍ମାଣ ହୋଇପାରିନାହିଁ।
/sambad/media/post_attachments/wp-content/uploads/2022/07/c0de8d73-4683-406c-b5c2-19a01c584c17-e1657814885845.jpg)
ଏ ନେଇ ସେଠାରେ ବସବାସ କରୁଥିବା ଲୋକେ ଏ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ବାରମ୍ବାର ସମସ୍ୟା ଜଣାଇ କୌଣସି ସୁଫଳ ନପାଇବାରୁ ଶେଷରେ ଆଜି ସାମୁହିକ ନିଷ୍ପତ୍ତି କ୍ରମେ ଏ ସମ୍ପର୍କରେ ହରଭଙ୍ଗା ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି। ବ୍ଲକ ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/441b1a66-cd99-4615-a6a9-a2e9ec714590.jpg)