ନକ୍ସଲ କମାଣ୍ଡର ହିଡମା ଜଂଗଲରେ କଣ କରେ, କେମିତି ରହେ

ମାଓନେତ୍ରୀ ସୁନ୍ଦରୀ ଏବଂ ମଞ୍ଜୁ ହିଡମାର ସବୁ ରହସ୍ୟ ଖୋଲିଛନ୍ତି

ମାଲକାନଗିରି: ମାଲାକନଗିରି ଜିଲ୍ଲା ସମେତ ଚାରି ରାଜ୍ୟ (ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପଦେଶ ଓ ତେଲେଙ୍ଗାନା) ପୁଲିସର ନିଦ ହଜାଇଥିବା ବସ୍ତର ଡିଭିଜନର ମାଓ କମାଣ୍ଡର ତଥା ପ୍ଲାଟୁନ ନମ୍ବର-୧ର କମାଣ୍ଡର ହିଡମାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କରୋନାରୋ ବଡବଡ ଲିଡରଙ୍କର ମୃତ୍ୟୁ ହେବା ଏବଂ ନିଜେ ହିଡମା କରୋନାରେ ଆକ୍ରାନ୍ତ ହୋଇ ଜଂଗଲରେ ଚିକିତ୍ସା ହେବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏବେ ହିଡମା କରୋନା ପରେ ପୁଣି ନିଜର ପ୍ଲାଟୁନକୁ ସଜାଡ଼ିବା ଆରମ୍ଭ କରିଛି। ୫୦ ଲକ୍ଷ ପୁରସ୍କାର ଘୋଷିତ ହିଡମାକୁ ନେଇ ଚାରି ରାଜ୍ୟର ପୁଲିସର ପୁଣି ମୁଣ୍ଡ ବ୍ୟଥା ଆରମ୍ଭ ହୋଇଛି।

ବଡବଡ ହିଂସାକାଣ୍ଡ ଘଟାଇଥିବା ହିଡମା ପୁଣି ଆଗାମୀ ଦିନରେ କେଉଁ ରଣନୀତି ପ୍ରସ୍ତୁତ କରୁଛି ପୁଲିସ ଏବେ ସେହି ଚିନ୍ତାରେ। ଜଂଗଲରେ ହିଡମା କିପରି ରହୁଛି ଏହାର ଖୁଲାସା କରିଛନ୍ତି ମାଓନେତ୍ରୀ ସୁନ୍ଦରୀ ଏବଂ ମଞ୍ଜୁ। ସୀମାନ୍ତ ଛତିଶଗଡର ବସ୍ତର ଡିଭିଜିନରେ ପ୍ରାୟତଃ ପ୍ରତିଦିନ ନକ୍ସଲ ସହ ପୁଲିସର ଗୁଳିବିନିମୟ ଘଟଣା ପଦାକୁ ଆସିଥାଏ। କେତେବେଳେ ପୁଲିସ ସହିଦ ହେଉଥିବା ବେଳେ ଆଉ କେତେବେଳେ ନକ୍ସଲଙ୍କରର ମୃତ୍ୟୁ ହେଉଥିବା ନେଇ ସୂଚନା ମିଳିଥାଏ।

ହିଡମା ଆଜି ଦୁନିଆର ସବୁଠାରୁ ଦୁର୍ଦାନ୍ତ ନକ୍ସଲ ଅଟେ। ବିଜାପୁର ଜିଲ୍ଲାର ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ହିଡମା ପାଠରେ ସବୁବେଳେ ଆଗୁଆ ଥିବା ବେଳେ ତାକୁ ଯେତେ ବେଳେ ଦଶ ବର୍ଷ ହୋଇଥିଲା ସେ ନକ୍ସଲ ପାର୍ଟିର ବାଲ ସଂଗମରେ ଯୋଗ ଦେଇଥିଲା। ଲଗାତାର ସେହି ଦିନ ଠାରୁ ସେ ସଫଳତା ପାଇ ଆସୁଥିଲା।

ଆଜି ୨୮ ବର୍ଷ ପରେ ସେ ବସ୍ତର ଡିଭିଜନର ଜଣେ ଆଗଧାଡିର ନେତା ଏବଂ ଦୁର୍ଦାନ୍ତ ନେତା କହିଲେ ଅତ୍ୟୁକ୍ତି ହେବ ନାହିଁ। ହିଡମା ସହ କିଛି ବର୍ଷ କାମ କରିଥିବା ମଞ୍ଜୁ ଏବଂ ସୁନ୍ଦରୀ ହିଡମାର ପ୍ରତ୍ୟେକ ରାଜ ଖୋଲିଥିଲେ। ବସ୍ତର ଅଂଚଳରେ ସୁନ୍ଦରୀ ଭଲ ଗୀତ ଗାଉଥିବା ଖବର ହିଡମା ପାଖରେ ପହଞ୍ଚିବା ପରେ ସେ ସୁନ୍ଦରୀର ଗ୍ରାମକୁ ଯାଇ ତାକୁ ଅପହରଣ କରିଥିଲା ଏବଂ ତାଂକ ବାପା ମାଆକୁ ସେ ନାଚଗୀତ ଶିକ୍ଷା ଦେଇ ଫେରିଆସିବ ବୋଲି କହିଥିଲା। କିନ୍ତୁ ସୁନ୍ଦରୀକୁ ଆଉ ହିଡମା ଛାଡିନଥିଲା। ଏପରକି ସୁନ୍ଦରୀ ଜଂଗଲରେ ଥିବା ସମୟରେ ତାର ବାପା ଓ ମାଆଙ୍କର ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ହିଡମା ସୁନ୍ଦରୀକୁ ଆଉ ଘରକୁ ଛାଡିନଥିଲା।

Sambad

ତେବେ ଦୀର୍ଘ ଦିନ କାମ କରିବା ପରେ ସୁନ୍ଦରୀ ଯେତେବେଳେ ଘରକୁ ଫେରିଲା, ସେ ଆଉ ଜଂଗଲକୁ ଯିବାକୁ ଚାହିଁଲା ନାହିଁ। ପୁଲିସ ନିକଟରେ ନିଜକୁ ଆତ୍ମସମର୍ପଣ କରି ବାକି ଜୀବନ ଖୁସିରେ କଟାଇବ ବୋଲି ମନସ୍ତ କଲା। ସୁନ୍ଦରୀର କହିବା ଅନୁଯାୟୀ ହିଡମା ସବୁଠାରୁ ଚାଲାକ ଏବଂ ଚତୁର ଅଟେ।

ସଂଗଠନକୁ ସେ ବଡ ମଜବୁତରେ ଚଲାଉଛି। ଶତ୍ରୁ ସହ ଲଢେଇ କରିବ କିନ୍ତୁ ପଛକୁ ଫେରିବ ନାହିଁ ବୋଲି ସବୁବେଳେ କୁହେ। ପୁଲିସ ନିକଟରେ କେବେ ମଧ୍ୟ ଆତ୍ମସମର୍ପଣ କରିବ ନାହିଁ। ଯବାନଙ୍କୁ ଦେଖିକରି କେବେ ମଧ୍ୟ ଛତ୍ରଭଙ୍ଗ ଦେବ ନାହିଁ। ତାଂକ ଉପରେ ହାମଲା କରିବ। ଯିଏ ଡରିଗଲା ସେ ମରିଗଲା ବୋଲି ହିଡମା କୁହେ। ହିଡମା ଯେତେବେଳେ ବି ବଡବଡ ହିଂସାକାଣ୍ଡ ଘଟାଇବା ନେଇ ରଣନୀତି ପ୍ରସ୍ତୁତ କରିଥାଏ, ସେତେବେଳେ ସେ କେବେ ମଧ୍ୟ ଆକ୍ରମଣ କରିବାକୁ ଯାଇନଥାଏ।

ସେ ଜଂଗଲରେ ରହି ସବୁ ନଜର ରଖିଥାଏ। ଯଦି ଏହି ଆକ୍ରମଣରେ ନକ୍ସଲ ମରିଯାନ୍ତି ତେବେ ଶୋକ ପାଳେ ଯଦି ପୁଲିସ ମରେ ତେବେ ଖୁସି ମନାଏ। ଯଦି ଗୁଳିବିନିମୟ ପରେ ପୁଲିସର ହତିଆର ନକ୍ସଲ ମାନେ ଲୁଟ କରି ଆଣି ପାରନ୍ତି ନାହିଁ ତେବେ ହିଡମା ସେମାନଙ୍କ ଉପରେ ଖୁବ ରାଗିଯାଏ। ଯଦି ହତିଆର ଲୁଟ କରି ଆଣନ୍ତି ତେବେ ଗ୍ରାମବାସୀଙ୍କୁ ଡାକି ନାଚଗୀତର ଆସର ଜମାଏ। ହିଡମା ପାଇଁ ଅଲଗା ରୋଷେଇ ହୋଇଥାଏ। ସେ ରୁଟି ଖାଇବାକୁ ପସନ୍ଦ କରେ ନାହିଁ। ସକାଳ ୪ଟା ବେଳେ ସେ ଉଠିପଡେ। ତା’ ପରେ ସେ ବିଭିନ୍ନ ବହି ପଢେ ଏବଂ ନକ୍ସଲଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରେ।

Sambad

ହିଡମାକୁ ମିଶିବା ବହୁତ କଷ୍ଟ। ସେ କେବଳ କିଛି ଲୋକଙ୍କୁ ହିଁ ସାକ୍ଷାତ କରୁଥିଲା। ତାକୁ କେହି ନକ୍ସଲ କିମ୍ବା ସାଧାରଣ ଲୋକ ଦେଖା କରି ପାରୁନଥିଲେ। ହିଡମାକୁ ଯେଉଁମାନେ ସୁରକ୍ଷା ପ୍ରଦାନ କରନ୍ତି ସେମାନେ ହିଁ ତାର ସବୁ କାମ କରନ୍ତି।ହିଡମା କେବେ ମଧ୍ୟ ଗୁଳିବିନିମୟରେ ରହେ ନାହିଁ। ଅନ୍ୟ ନକ୍ସଲଙ୍କୁ ପଠାଇଦିଏ। ହିଡମା ବହୁ ଚାଲାକ ବୋଲି ସୁନ୍ଦରୀ କହନ୍ତି। ମାଓନେତ୍ରୀ ମଞ୍ଜୁଙ୍କ କହିବା ଅନୁଯାୟୀ, ତାକୁ ମଧ୍ୟ ହିଡମା ଗାଁରୁ ଉଠାଇ ନେଇଥିଲା। ପ୍ରଥମେ ଗୀତନାଚ ବିଭାଗରେ ରଖିବା ପରେ ତାକୁ ବନ୍ଧୁକ ଧରିବାକୁ ବାଧ୍ୟ କରିଥିଲା। ପୁଲିସ ଉପରେ ଆକ୍ରମଣ କରିବା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରୁଥିଲା ଏବଂ ନକ୍ସଲଙ୍କୁ ପଠାଉଥିଲା, ସେଥିରେ ଯଦି ଯେଉଁ ନକ୍ସଲ ପଛଘୁଞ୍ଚା ଦେଇ ଫେରି ଆସୁଥିଲା, ତାକୁ ହିଡମା ହତ୍ୟା କରୁଥିଲା। ହତିଆର ଲୁଟ କଲେ ଗ୍ରାମବାସୀଙ୍କୁ ଡାକି ଖୁସି ମନାଉଥିଲା।

ହିଡମା ସବୁଠାରୁ ଚୁତର ଏବଂ ରଣନୀତି କରିବାରେ ଉସ୍ତାଦ ଥିଲା। ପୁଲିସ ଯେତେବେଳେ ଦୁର୍ବଳ ହେଉଥିଲା ସେତେବେଳେ ଆକ୍ରମଣ କରୁଥିଲା। ଆଉ ସଫଳ ହେଉଥିଲା। ଦନ୍ତେଵାଡା ଏସ୍ପି‌ ଅଭିଷେକ ପଲ୍ଲବଙ୍କ କହିବାନୁସାରେ, ହିଡମାକୁ ୪୦ ଜଣ ସୁରକ୍ଷାକର୍ମୀ ଏକେ-୪୭ ଧରି ଜଗି ରହନ୍ତି। ହିଡମାକୁ ସୁରକ୍ଷା ଦେବା ପାଇଁ ତିନୋଟି ଲେୟର ପାର କରିବାକୁ ପଡିବ। ଚାରି ରାଜ୍ୟର ପୁଲିସ ତାକୁ ଖୋଜୁଥିବା ଏସ୍ପି‌ ଶ୍ରୀ ପଲ୍ଲବ କହନ୍ତି। ହିଡମାକୁ ମାରିବା ବହୁ କଷ୍ଟ ବୋଲି ସବୁ ପୁଲିସ ଜାଣନ୍ତି। ହିଡମାର ଗୋଟିଏ ଫଟୋ ହିଁ ଆଜି ପର୍ଯ୍ୟନ୍ତ ସମସ୍ତ ପୁଲିସ ପାଖରେ ରହିଛି।

ସମ୍ବନ୍ଧିତ ଖବର