ଜୟପୁର: ସହରବାସୀଙ୍କ ସ୍ବାଭିମାନର ପ୍ରତୀକ ଜଗନ୍ନାଥ ସାଗର ମରି ମରି ଗଲାଣି। ଏହାକୁ ପୁର୍ନଜୀବିତ କରିବା ପାଇଁ ଆଉ କେତେ ବର୍ଷ ଲାଗିବ।୩୦୦ ଏକରର ପରିଧିର ସାଗର ଧିରେ ଧିରେ ସଂକୁଚିତ ହେବା ସହ ପଙ୍କ, ସହରର ନାଳନଦ୍ଧର୍ମା ମାଟି ଓ ଦଳ ଆଦିରେ ପୋତି ହୋଇଯାଇଛି। ଏହି ସାଗରର ପୁନଃରୁଦ୍ଧାର ପାଇଁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲରେ ବି ମାମଲା ଚାଲୁ ରହିଛି। ଅପରପକ୍ଷରେ ଏହାର ପୁନଃରୁଦ୍ଧାର ପାଇଁ ସରକାର ବି ରାଜି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏହାର ସଂପୁର୍ଣ୍ଣ ପୁନଃରୁଦ୍ଦାର ହୋଇ ପାରୁନି। ସାଗରକୁ ପୁନଃରୁଦ୍ଦାର କରିବା ବଦଳରେ ପାର୍କ, ସାଗର ଚାରିପଟେ ପାଦଚଳା ରାସ୍ତା, ବିଦ୍ୟୁତ ଆଲୁଅ ସୌନ୍ଦର୍ଯ୍ୟ କରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ସହରବାସୀ ବ୍ରହ୍ମପୁର ରାମଲିଙ୍ଗେଶ୍ବର ଟ୍ୟାଙ୍କର ପୁନଃରୁଦ୍ଦାର ଏବଂ ପଡୋଶୀ ଛତିଶଗଡର ଜଗଦଲପୁରର ସାଗରର ପୁନଃରୁଦ୍ଦାର ସହ ସେଭଳି ହେବା କଳନା କରିବା ସହ ସ୍ବପ୍ନ ବି ଦେଖିଲେଣି। ତାହା ଦିବା ସ୍ବପ୍ନ ହେବ ନା ସ୍ବପ୍ନ ବାସ୍ତବତାରେ ପାଲଟିବ ତାହା ସମୟ କହିବ।
ରାଜରାଜୁଡା ଅମଳର ଜଗନ୍ନାଥ ସାଗରର ପୁନଃରୁଦ୍ଧାର କଥା କିଭଳି ଭୁଲି ଯାଉଛନ୍ତି ବୋଲି ମୋଜଗନ୍ନାଥ ସାଗର ବଂଚାଅ ଅଭିଯାନ ଟ୍ରଷ୍ଟ ପକ୍ଷରୁ ପ୍ରଶ୍ନ ହୋଇଛି। ସହରର ୧୯ଟି ସାହି, ୧୦ରୁ ଉର୍ଦ୍ଧ୍ବ ବସ୍ତିବାସିନ୍ଦା ନିର୍ଭରଥିବା ଏହି ଜଳାଶୟର ପୁନଃରୁଦ୍ଧାର କଥା କାହିଁକି ଚିନ୍ତା କରାଯାଉ ନାହିଁ ବୋଲି ଟ୍ରଷ୍ଟର ପକ୍ଷରୁ ପ୍ରଶ୍ନ କରାଯାଇଛି। ସହରବାସୀଙ୍କ ସ୍ବାଭିମାନ ସହ ଜଡ଼ିତ ଥିବା ସାଗରକୁ ବଂଚାଇବା ପାଇଁ ପ୍ରଶାସନ ଓ ସରକାର କାହିଁକି ଉଦାସୀନତା ଦେଖାଉଛନ୍ତି ବୋଲି ଏମାନେ ପ୍ରଶ୍ନ କରିଛନ୍ତି। ସାଗର ଦିନକୁ ଦିନ ମରି ମରି ଯାଉଥିବା ବେଳେ ହାଲର ସହାୟତାରେ ଗୋଟିଏ ପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ , ପାର୍କ ନିର୍ମାଣ କରିଦେଲେ ସାଗର ବଂଚିବ ନାହିଁ। ଏହାକୁ କିଭଳି ବଂଚାଇ ହେବ ସେ ନେଇ ଦୀର୍ଘ ମିଆଦି ଯୋଜନା କାହିଁକି ପ୍ରସ୍ତୁତ କରାଯାଉ ନାହିଁ ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରଶ୍ନ କରିଛନ୍ତି।
ପୁନଃରୁଦ୍ଧାର କରିବା ବଦଳରେ ଏହାକୁ ସଂକୁଚିତ କରି ପରିବେଶ ପ୍ରଦୁଷଣ ବୋର୍ଡର ଅନୁମତି ବିନା ଗୋଟିଏ ପାର୍ଶ୍ବରେ ମାଟି ପକାଯିବା କେତେ ଦୁର ଯୁକ୍ତିଯୁକ୍ତ। କିଛି ନ୍ୟାସ୍ତସ୍ବାର୍ଥ ବ୍ୟକ୍ତି ସାଗରକୁ ଜବରଦଖଲ କରିବାରେ ଲାଗିଛନ୍ତି, ଏଥିରେ ପୌରପ୍ରଶାସନ, ଲୋକପ୍ରତିନିଧି ମିଳି ଭଗତରେ ଚାଳିଛି ବୋଲି ଅଭିଯୋଗ କରିଛନ୍ତି ସମାଜସେବୀ କୃଷ୍ଣ କେଶବ ଷଡଙ୍ଗୀ।
ନିହାତି ରୁପେ ସାଗରର ପୁନଃରୁଦ୍ଧାର, ୩୦୦ଏକର ପରିଧିକୁ ପୁର୍ନବାର ଫେରାଇ ଆଣିବା, ଜବରଦଖଲକୁ ଉଛେଦ କରିବା ସହ ଏହାର ମାଲିକାନାସତ୍ବ କାହା ନାଁରେ ରହିଛି ତାହା ଲୋକଲୋଚନକୁ ଆସିବା ଦରକାର ବୋଲି କହିଛନ୍ତି ସ୍ବେଚ୍ଛସେବୀ ବସନ୍ତପାତ୍ର। ସେ ଏନଜିଟିରେ କରିଥିବା ମାମଲା ବର୍ତ୍ତମାନ ବି ଜାରୀ ରହିଥିବା କହିଛନ୍ତି।
ସୌନ୍ଦର୍ଯ୍ୟକରଣ ନାଁରେ ରାଷ୍ଟ୍ରାୟତ୍ତ କଂପାନୀ ହାଲ୍ ଦେଇଥିବା ଟଙ୍କାକୁ ହରିଲୁଟ୍ କରି ଖାଇବା ପାଇଁ ଯୋଜନା କରାଯାଇଛି। ପୁନଃରୁଦ୍ଦାର, ବିକାଶକୁ ଆମେ ସ୍ବାଗତ କରୁଛୁ। ତେବେ ଦୁର୍ନିତୀକୁ ବରଦାସ୍ତ କରାଯିବ ନାହିଁ, ଧାରଣା ସପ୍ତମ ଦିନରେ ପହଚିଂଛି, ଡିପିଆର କାହିଁକି ପରିବର୍ତ୍ତନ ହେଲା ଆଦି ଲୋକଲୋଚନକୁ ନ ଆସିବା ପର୍ଯ୍ୟନ୍ତ ଏହା ଜାରୀ ରହିବ ବୋଲି ବିଜେପିର ସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ କହିଛନ୍ତି।
ସାଗରକୁ ସଂପୁର୍ଣ୍ଣ ପୁନଃରୁଦ୍ଧାର କରି ରାଜ୍ୟ କଣ ସମଗ୍ର ଭାରତବର୍ଷରେ ସ୍ବତନ୍ତ୍ର ସ୍ଥାନ ଧିଲେଇବା ମୋ ଲକ୍ଷ୍ୟ ବୋଲି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ବିକାଶ ସହ ସେ ରହିଛନ୍ତି। ରାଜ୍ୟସରକାରଙ୍କୁ ସେ ଏଥି ପାଇଁ ୨୦କୋଟି ଟଙ୍କା ମାଗିଥିବା ବେଳେ ରାଜ୍ୟସରକାରଙ୍କ ସହରାଂଚଳ ଓ ଗୃହ ଉନ୍ନୟନ ବିଭାଗ ପକ୍ଷରୁ ୨କୋଟିର ଅନୁଦାନ ଆସିଛି। ଏହି ୨କୋଟି ଟଙ୍କାର ଡିପିଆର କରିକି ତୁରୁନ୍ତ ପଠାଗଲେ ଅତିଶୀଘ୍ର ସାଗରର ପୁନଃରୁଦ୍ଧାର କାମ ଆରମ୍ଭ ହେବ ବୋଲି କହିଛନ୍ତି ବିଧାୟକ।
ରାଜ୍ୟସରକାର ସାଗରର ପୁନଃରୁଦ୍ଧାର ପାଇଁ ସହଯୋଗ କରି ଆସିବା ସହ ୫ଟି ସଚିବ , ମୁଖ୍ୟଶାସନ ସଚିବ ନିଜେ ତଦାରଖ କରିବା ସହ ସମସ୍ତ ରକମର ଯୋଜନାର ଅନୁଧ୍ୟାନ କରି ପ୍ରାରମ୍ଭିକ ଭାବେ ୨କୋଟି ଅନୁଦାନ ଦେଇଛନ୍ତି। ଆଗାମୀ ଦିନରେ ସାଗର ସଂପୁର୍ଣ୍ଣ ରୁପରେଖ ପରିବର୍ତ୍ତନ ପାଇଁ ଆହୁରି ଦେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲା ବିଜେଡିର ସଭାପତି ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବରିଷ୍ଠ ନେତ୍ରୀ ଡ.ଇନ୍ଦିରା ନନ୍ଦ।
ସ୍ବଳ୍ପ ସ୍ବଳ୍ପ ଅନୁଦାନ ଦେବା ବଦଳରେ ଏକା ସହ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରି ସାଗରକୁ ପୁର୍ନଜୀବିତ କରାଯାଉ ବୋଲି ଦାବି କରିଛନ୍ତି ସ୍ବେଚ୍ଛାସେବୀ ସତୀଶ ନନ୍ଦ, ନିଖିଲ, କାଳୀଚରଣ ଦେବଶର୍ମା ଓ କାର୍ତ୍ତିକ ରାଉତ।