କେତେ ସଂସ୍କାର ହେଲା ଶ୍ରୀମନ୍ଦିର: ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଖାତିର ନାହିଁ

୨୨ଟି ନିର୍ଦେଶରୁ ଅଧା ବି ପାଳନ ହେଲାନି, ସମସ୍ତେ ଚୁପ୍, କାଗଜପତ୍ରରେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି

ଭୁବନେଶ୍ବର,୧୩/୯ (ଇମିସ): କୌଣସି ସେବକ ମହାପ୍ରଭୁଙ୍କ ସେବାପୂଜା ନୀତିକୁ ଏକ ମିନିଟ୍ ପାଇଁ ବି ଅଟକାଇ ପାରିବେ ନାହିଁ। ଏହା କୁଶାସନକୁ ଇଙ୍ଗିତ କରେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଅନୁସୃତ ନୀତି; ଯାହା ଶ୍ରୀମନ୍ଦିରରେ ଚାଲୁ ରହିଛି, ତାହା ଶତ ପ୍ରତିଶତ ପାଳନ ହେବା ଦରକାର। ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତ୍ୟକ୍ଷ ଯାଞ୍ଚ କରି ମହାପ୍ରଭୁଙ୍କ ସେବା ପୂଜାକୁ ନିଶ୍ଚିତ କରିବ। ସେହିଭଳି ଶ୍ରୀମନ୍ଦିର ପାଇଁ ରାଜ୍ୟ ସରକାର ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦିଅନ୍ତୁ। କୌଣସି ବି ପରିସ୍ଥିତିରେ ସଂପୃକ୍ତ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇପାରିବ ନାହିଁ।

୨୦୧୯ ନଭେମ୍ବର ମାସ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଏଭଳି କଠୋର ନିର୍ଦେଶମାନ ପ୍ରଦାନ କରିଥିଲେ। ୫୭ ପୃଷ୍ଠାର ଏହି ଅନ୍ତରୀଣ ରାୟରେ କୋର୍ଟ ୨୨ଟି ନିର୍ଦେଶନାମା ଜାରି କରି ମହିଳାଙ୍କ ଅସଦାଚରଣ ପ୍ରସଙ୍ଗ ଠାରୁ ଜଗନ୍ନାଥ ସଂସ୍କୃତି ପ୍ରଚାର, ସ୍କୁଲ ସ୍ଥାପନା, ଶୃଙ୍ଖଳିତ ଦର୍ଶନ, ଦେଶରେ ଶ୍ରୀଜଗନ୍ନାଥଙ୍କର କେତେ ଜମିବାଡ଼ି ଓ ଖଣିଖଦାନ ରହିଛି ସେଗୁଡ଼ିକୁ ଚିହ୍ନଟ କରି ସେଥିରୁ କେତେ ଆୟ ଓ ବ୍ୟୟ ହେଉଛି ତାହାର ପୂର୍ଣ୍ଣ ବିବରଣୀ ପ୍ରଦାନ ଆଦି ସଂପର୍କରେ ସରକାରଙ୍କୁ ତାଗିଦ୍ କରିଥିଲେ। ଇତିମଧ୍ୟରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶନାମାକୁ ତିନି ବର୍ଷ ଛୁଇଁବାକୁ ଯାଉଛି। ଧାଡ଼ି ଦର୍ଶନ ବ୍ୟବସ୍ଥା, ଶୌଚାଳୟ ନିର୍ମାଣ ଭଳି ଅଲ୍ପ କିଛି ପ୍ରସଙ୍ଗକୁ ଛାଡ଼ିଦେଲେ ଅନ୍ୟ ସବୁ ନିର୍ଦେଶଗୁଡ଼ିକୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ସମସ୍ତେ ଫୁ କରି ଉଡ଼ାଇ ଦେଇଛନ୍ତି। ସେପଟେ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରିଙ୍କ ମାଧ୍ୟମରେ ତାଙ୍କ ନିର୍ଦେଶ କେତେ କାର୍ଯ୍ୟକାରୀ ହେଲା, ତାର ଯାଞ୍ଚ କରିନାହାନ୍ତି କି ଅଦାଲତ ଅବମାନନା ମାମଲା କରାଯାଇନାହିଁ। ତେବେ ଭକ୍ତଙ୍କ ମନରେ ଥିବା ଅସନ୍ତୋଷ ଇତିମଧ୍ୟରେ ଭିନ୍ନ ଭିନ୍ନ କାରଣରୁ ବହୁଗୁଣିତ ହେବାରେ ଲାଗିଛି।

ସବୁଠାରୁ ବଡ଼ କଥା ହେଲା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କମିସନର ପାହ୍ୟାର ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି କୋର୍ଟଙ୍କ ନିର୍ଦେଶକୁ ସରକାର ଆଦୌ ଗୁରୁତ୍ବ ଦେଇନାହାନ୍ତି। ପ୍ରଥମେ ପ୍ରଥମେ ସୁପ୍ରିମକୋର୍ଟରେ ସରକାର ଏଥିପାଇଁ କିଛି ଦିନ ସମୟ ନେଲେ। ଇତିମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ଡାକ୍ତର କ୍ରିଷନ୍ କୁମାର ବଦଳିଲେ ସିନା, ସରକାର କିନ୍ତୁ କୋର୍ଟ ନୁହେଁ, ତାଙ୍କ ଜିଦ୍‌ରେ ଅଟଳ ରହି ପୁଣି ଏକାଧିକ ଦାୟିତ୍ବରେ ଥିବା ବୀର ବିକ୍ରମ ଯାଦବଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦେଇଛନ୍ତି। ଏହି ପ୍ରସଙ୍ଗଟି ଏବେ ଚର୍ଚ୍ଚାକୁ ଆସିବାର କାରଣ ମଧ୍ୟ ରହିଛି। ଗୋଟିଏ ପଟେ ରାଜ୍ୟ ସରକାର ପୁରୀକୁ ବିଶ୍ବର ସବୁଠାରୁ ଆକର୍ଷଣୀୟ ଧାର୍ମିକ ପୀଠରେ ପରିବର୍ତ୍ତନ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଅନ୍ୟପଟରେ କିନ୍ତୁ ଶ୍ରୀମନ୍ଦିର, ରତ୍ନଭଣ୍ଡାର, ମଠ ସଂସ୍କୃତି ଆଦି ପ୍ରସଙ୍ଗକୁ ନେଇ ବିତର୍କ ବଢ଼ିବାରେ ଲାଗିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଶାସନର ଦୁର୍ବଳତା ଜଳ ଜଳ ଦେଖାଯାଉଛି।

୨୨ଟି ନିର୍ଦେଶରୁ ଅଧା ବି ପାଳନ ହେଲାନି, ସମସ୍ତେ ଚୁପ୍
କାଗଜପତ୍ରରେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି
ମହାପ୍ରଭୁଙ୍କ ନାମକୁ ଜମି ଫେରିନି, ସୁରକ୍ଷା କଥା ଚୁଲିକୁ ଗଲାଣି

ଦୈନିକ ହାରାହାରି ୬୦ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା କାରଣରୁ ଶ୍ରୀମନ୍ଦିର ନିର୍ଦିଷ୍ଟ ସମୟରେ ଖୋଲିବା ଓ ଠାକୁରଙ୍କ ନୀତି କୌଣସି ପରିସ୍ଥିତିରେ ବିଳମ୍ବ ନ େହବା ଉପରେ କୋର୍ଟଙ୍କ ନିର୍ଦେଶକୁ ମୁଖ୍ୟ ପ୍ରଶାସକ ଶତ ପ୍ରତିଶତ ଅନୁପାଳନ କରିପାରିନାହାନ୍ତି। କାରଣ ଶ୍ରୀମନ୍ଦିରରେ କମ୍ ଓ ଲୋକସେବା ଭବନରେ ତାଙ୍କର ଅଧିକ ସମୟ ଯାଉଛି। ଏପରିକି ରଥଯାତ୍ରା ସମୟରେ ପୁରୀ ଜିଲ୍ଲାପାଳ ହିଁ ସବୁକିଛି ଦାୟିତ୍ବ ସମ୍ଭାଳିନେଲେ। ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତି କାହାକୁ ଅଛପା ନଥିଲା। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସୁଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମୁଖ୍ୟ ପ୍ରଶାସକ ପୁରୀରେ ରହୁନଥିବା କିମ୍ବା ଦୈନନ୍ଦିନ ନୀତି ସମୀକ୍ଷା କରାଯାଉନଥିବା ପ୍ରସଙ୍ଗରେ କେହି ପ୍ରଶ୍ନ କରିନାହାନ୍ତି। ସୁଲଭ ମୂଲ୍ୟରେ ମହାପ୍ରସାଦ ଯୋଗାଣ, ଆନନ୍ଦବଜାରକୁ ସବୁବେଳେ ସବୁ ସମୟରେ ପରିଷ୍କାର ରଖାଯିବା କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ ସଫଳ ହୋଇନଥିବା ଘଟଣାରେ ବି ପରିଚାଳନା କମିଟି ତନାଘନା କରିନାହିଁ।

ଆହୁରି ଉଦ୍‌ବେଗର ବିଷୟ ହେଲା ଯେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ କୋର୍ଟଙ୍କ ରାୟର ଅନୁପାଳନ ହୋଇପାରିଲା ନାହିଁ। ମହିଳା ବେକରୁ ସୁନା ଚେନ୍ ଲୁଟ୍ ଘଟଣା, କିନ୍ନରଙ୍କ ଆତ୍ମହତ୍ୟା, ଏକାଧିକ ଥର ଭକ୍ତ ଶ୍ରୀମନ୍ଦିର ଉପରେ ଚଢ଼ିଯିବା, ମୋବାଇଲର ଅବାଧ ପ୍ରବେଶ ଘଟଣା ପ୍ରମାଣିତ କରିଦେଉଛି ଯେ ଗୃହ ବିଭାଗ, ପୁଲିସ ଡିଜି, ପୁରୀ ପୁଲିସ ପାଇଁ କୋର୍ଟଙ୍କ ନିର୍ଦେଶ ବିଶେଷ ଗୁରୁତ୍ବ ରଖୁନାହିଁ। ତତ୍କାଳୀନ ଡିଜି ଗୋପାଳ ନନ୍ଦଙ୍କ ସମୟରେ ସିଂହଦ୍ବାର ଥାନା ରାଜ୍ୟର ‘ବଡ ଥାନା’ ବୋଲି କୁହାଯାଇଥିଲା। ମାତ୍ର ଏହି ଥାନାର କର୍ମଚାରୀଙ୍କ ସଂଖ୍ୟା ଏବଂ ସେଠାକାର ପ୍ରସ୍ତୁତି ସୂଚାଇଦେଉଛି ଯେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ, ବିଶେଷକରି ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିବା ଲାଗି ସେମାନେ ସକ୍ଷମ ନୁହନ୍ତି। ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ଜମି, ଅଳଙ୍କାର ସଂପର୍କରେ ଉଦ୍‌ବେଗ ଜଣାଇଥିଲେ। ୬ମାସ ଦୂର କଥା, ତିନି ବର୍ଷ ଭିତରେ ଆଇନ ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ, ରାଜସ୍ବ ବିଭାଗ ମହାପ୍ରଭୁଙ୍କ ଜମିକୁ ତାଙ୍କ ନାମକୁ ଆଣିପାରିନାହାନ୍ତି। ଆମିକସ କ୍ୟୁରିଙ୍କ ରିେପାର୍ଟ ଅନୁସାରେ ମହାପ୍ରଭୁଙ୍କ ଜମିର ପରିମାଣ ହେଉଛି ୬୦ ହଜାର ୪୧୮ ଏକର। ଏଥିରୁ ମାତ୍ର ୩୪ ହଜାର ୨୦୦ ଏକର ୯୭୬ ଡିସିମିଲ ଜମିର େରକର୍ଡ ଅଫ୍ ରାଇଟ୍ସ ରହିଛି। ୬ ମାସ ମଧ୍ୟରେ ବାକି ଜମି ମହାପ୍ରଭୁଙ୍କ ନାମକୁ ଆଣିବା ସହିତ େକାର୍ଟକୁ ଜଣାଇବାକୁ ଅଦାଲତ ସେବେ କହିଥିଲେ। ଏଥିସହିତ ମହାପ୍ରଭୁଙ୍କ ସବୁ ସଂପତ୍ତିକୁ ତାଲିକାଭୁକ୍ତ କରିବା ସହ ଏଥିରୁ କେତେ ଟଙ୍କା େରାଜଗାର ହେଉଛି, ତାହା ଜଣାଇବାକୁ ମଧ୍ୟ କୁହାଯାଇଥିଲା।

ଆମିକସ କ୍ୟୁରିଙ୍କ ରିେପାର୍ଟରେ କୁହାଯାଇଥିଲା େଯ ଶ୍ରୀଜଗନ୍ନାଥଙ୍କ ନାମରେ ଅନେକ ଖଣି ଓ କ୍ବାରି ରହିଛି। ହେଲେ ଟଙ୍କା ମିଳୁନି, କିନ୍ତୁ ଏସବୁରୁ ଅନେକ କାର୍ଯ୍ୟକ୍ଷମ ରହିଛି। ଏହାର ତାଲିକା କରିବା ସହିତ କେଉଁମାନେ ଏହାକୁ ପରିଚାଳନା କରୁଛନ୍ତି, ମନ୍ଦିର କେତେ ଆୟ ପାଉଛି, କେତେ ପ୍ରାପ୍ୟ ଅନାଦେୟ ବା ବକେୟା ରହିଛି, ତାହା ଶ୍ରୀମନ୍ଦିର ପ୍ରଶାସନ ଅଦାଲତଙ୍କୁ ଜଣାଇବା କଥା। ଏ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ଯେଭଳି ଉଦ୍ୟମ କରିବା କଥା ତାହା ପରିଲକ୍ଷିତ ହୋଇନାହିଁ। ଏଠାରେ ଉଲ୍ଲେଖଥାଉକି ସେବକମାନଙ୍କର ପିଲାମାନଙ୍କ ପାଇଁ ଏକ ବିଦ୍ୟାଳୟର ଆବଶ୍ୟକତା କଥା କୋର୍ଟ କହିଥିଲେ। ସେବେ ଅଦାଲତ ସ୍ପଷ୍ଟ କରିଥିଲେ ଯେ ୨୦୧୬ର ଏକ ମାମଲାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ୫ େକାଟି ଟଙ୍କା େକାର୍ଟଙ୍କ ନିକଟରେ ମହଜୁଦ ରହିଛି। ସୁଧ ସହିତ ଏହି ଅର୍ଥ ବିଦ୍ୟାଳୟର ଭିତ୍ତିଭୂମି ବାବଦରେ ଖର୍ଚ୍ଚ ହେବ। ଏ ସଂକ୍ରାନ୍ତ କାମ କେତେବାଟ ଗଲା, ତାହା େକାର୍ଟଙ୍କୁ ଜଣାଇବାକୁ କୁହାଯାଇଥିଲା। ଏହି ବିଦ୍ୟାଳୟର ମୂଳଦୁଆ ଏଯାଏ ପଡ଼ିନାହିଁ। ସେହିଭଳି ସେବକଙ୍କ ଅର୍ଥନୈତିକ ସ୍ଥିତି େନଇ ମଧ୍ୟ େକାର୍ଟ ଉଦବେଗ ପ୍ରକାଶ କରିବା ସହିତ ସମାନ୍ତରାଳ ଭାବେ କହିଥିଲେ ଯେ କୌଣସି ଜଣେ ବି ଭକ୍ତଙ୍କୁ ଚାନ୍ଦା ବା ହୁଣ୍ଡି ନାମରେ ହାରାଶ କରାଯିବ ନାହିଁ। ମାତ୍ର ଏବେ ଥାଳି ଓ ଗରା ମହାପ୍ରଭୁଙ୍କ ସାମ୍ନାରେ ଥୁଆ ହୋଇଛି।

ବିଡି ଶର୍ମାଙ୍କ ସୁପାରିସ ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନକୁ ଏକ ଡାଏରି ଫାର୍ମ ଖୋଲିବା ଲାଗି ନିର୍ଦେଶ ଦିଆଯାଇଥିଲା। ମହାପ୍ରଭୁଙ୍କୁ ଭକ୍ତମାନେ ଦେଉଥିବା ସୁନା ଅଳଙ୍କାରର କିଭଳି ତାଲିକା ହେଉଛି, ତାହା ଜାଣିବା ଲାଗି କୋର୍ଟ ଆଗ୍ରହ ଦେଖାଇଥିଲେ। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଆମିକସ କ୍ୟୁରି େଯଉଁ ସୁପାରିସ କରିଥିଲେ େସ ସଂକ୍ରାନ୍ତ ପଦକ୍ଷେପ ନେବା ଲାଗି େକାର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏସବୁ ଏବେ ବି କାଗଜପତ୍ର ଓ ଗଣମାଧ୍ୟମ ରିପୋର୍ଟରେ ରହିଛି।

ସମ୍ବନ୍ଧିତ ଖବର