ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପାରଳାଖେମୁଣ୍ଡି ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି କେ. ନାରାୟଣ ରାଓ ପ୍ରତିବାଦ କରିଛନ୍ତି। ଏ ନେଇ ଭାଜପା ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଓ ଯୁକ୍ତି ଦର୍ଶାଇଛନ୍ତି, ଗଜପତି ଜିଲ୍ଲାର ସମସ୍ତ ୧୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଗୋଟିଏ ବି ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ନାହିଁ। ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପଛୁଆବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଏଠାରେ ପ୍ରଶ୍ନ ଉଠୁଛି, ପଛୁଆବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷିତ ନଥିବା ବେଳେ ପଛୁଆବର୍ଗରୁ ଜଣେ ବ୍ୟକ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ କେମିତି ହେବେ ? ଗଜପତି ଜିଲ୍ଲା ପରିଷଦ ଆସନ ସଂରକ୍ଷଣ ପ୍ରକ୍ରିୟାରେ ଘୋର ତ୍ରୁଟି ରହିଥିବା ଯୋଗୁଁ ରାଜ୍ୟ ନିର୍ବାଚନ କମିସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।
ପଛୁଆବର୍ଗରୁ କିପରି ହେବେ ଅଧ୍ୟକ୍ଷ?
ଗୋଟିଏ ବି ଜୋନ୍ ପଛୁଆବର୍ଗ ପାଇଁ ନାହିଁ, ତ୍ରୁଟି ଅଭିଯୋଗ ଆଣିଲା ବିଜେପି
/sambad/media/post_attachments/wp-content/uploads/2021/10/k-narayana-rao.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)