ଭୁବନେଶ୍ବର: ହସ୍ପିଟାଲରେ ନିଆଁ ଲାଗିଲେ କିପରି ଆୟତ୍ତ କରିବେ? କିପରି ସହଜରେ ସୁରକ୍ଷିତ ଭାବେ ନିଆଁ କବଳରୁ ରକ୍ଷା ପାଇବେ? କେମିକାଲ ଗ୍ୟାସ୍ରୁ ଅଗ୍ନିଶମ ବାହିନୀ କିପରି ଉଦ୍ଧାର କରିବ? ଏହାକୁ ନେଇ ସୋମବାର କ୍ୟାପିଟାଲ ହସ୍ପିଟାଲ ପରିସରରେ ମକ୍ ଡ୍ରିଲ୍ ହୋଇଛି।
ଓଡ଼ିଶା ଅଗ୍ନିଶମ ବାହିନୀ ପକ୍ଷରୁ ଏହି ମକ୍ ଡ୍ରିଲ୍ରେ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ମେସିନ ଯେମିତିକି ହାଇଡ୍ରୋଲୋକ ପ୍ଲାଟଫର୍ମ, ରୋବଟିକ ଫାୟାର ଫାଇଟିଂ ମେସିନ, ଆସେଣ୍ଡର, ଡିସେଣ୍ଡର, ଆଦି ଉପକରଣ ଗୁଡିକର ବ୍ୟବହାର କରି ବିଭିନ୍ନ କୌଶଳରେ କେମିତି ଉଦ୍ଧାର କରାଯାଇଥାଏ ତାହା ଦେଖାଇଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ।
ଅନେକ ସମୟରେ ସଟ ସର୍କିଟ ଜନିତ କାରଣରୁ କିମ୍ବା ଅନ୍ୟାନ୍ୟ କାରଣରୁ ନିଆଁ ଲାଗି ଧନଜୀବନ ନଷ୍ଟ ହେଉଥିବା ବେଳେ ଆଡଭାନ୍ସ ଟେକ୍ନୋଲୋଜିର ବ୍ୟବହାର କରି ଅଗ୍ନିଶମ ବାହିନୀ କିଭଳି ନିଆଁକୁ ପ୍ରତିହତ କରିଥାନ୍ତି ସେ ବାବଦରେ ଏହି ମକ୍ ଡ୍ରିଲ ମାଧ୍ୟମରେ ଦେଖାଯାଇଥିଲା।
ବଡ଼ ବଡ଼ ହସ୍ପିଟାଲ ଗୁଡିକରେ ନିଆଁ ଲାଗିଲେ ବିଲ୍ଡିଂ ଉପରୁ ଏଭଳି ଅଘଟଣ ସମୟରେ ଲୋକଙ୍କୁ ବଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଉପରେ ଫସିଥିବା ଲୋକଙ୍କ ପାଇଁ ସ୍କାଇ ଲିଫଟିଂର ସହାୟତା ନିଆଯାଉଛି। ଏହା ସହ ଫାୟାର ଫାଇଟିଂ, ଏମରଜେନ୍ସି ମ୍ୟାନେଜମେଣ୍ଟ, ଫାୟାର ସେଫଟି ଆୱାରନେସ ବାବଦରେ ହସ୍ପିଟାଲ କର୍ମଚାରୀଙ୍କ ସମେତ ସାଧାରଣ ଲୋକଙ୍କୁ ସଚେତନ କରାଇଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ।
ଏହି ସଚେତନତା ଡ୍ରାଇଭ ବର୍ତ୍ତମାନ ଆରମ୍ଭ ହୋଇଛି । ତେବେ ଗତବର୍ଷ ରାଜ୍ୟରେ ୩,୮୦୦ ମକ୍ ଡ୍ରିଲ୍ ହୋଇଥିଲା ଆଗକୁ ଏହାକୁ ବହୁ ଗୁଣରେ ବଢ଼େଇବା ଲକ୍ଷ୍ୟ ଅଗ୍ନିଶମ ବାହିନୀ ରଖିଛି ବୋଲି ଡାଇରେକ୍ଟର ଟ୍ରେନିଂ କମ ଚିଫ ଫାୟାର ଅଫିସର ପି କେ ଦାଶ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/15/how-to-deal-with-fire-mock-drill-at-capital-hospital-2025-09-15-20-37-13.jpg)