ଭୁବନେଶ୍ବର: ପ୍ରାକୃତିକ ଉପାୟ ଆପଣେଇଲେ ଗରମ ଦିନରେ ଘର ଥଣ୍ଡା ହୋଇପାରିବ। ତାତି କମିଯିବ। ଆୟୁର୍ବେଦିକ ଡାକ୍ତର ଏହି ଉପାୟ ପାଇଁ ପରାମର୍ଶ ଦେଇଛନ୍ତି। ତେବେ ପ୍ରଥମେ ଘର ଚାରି ପାଖରେ ଗଛ ଲଗାଇବା ଦ୍ୱାରା ଘର ଅପାତତଃ ଥଣ୍ଡା ଲାଗିବ। ତା ସହିତ ଖରାଦିନେ ସୁରମ୍ୟ ବାଟିକା ତଥା ପାର୍କ ଭଳି ଅଳ୍ପ ଜାଗା ଘରପାଖରେ ରଖା ଯାଇ ପାରିବ, ଯେଉଁଠି କିଛି ପାତ୍ରରେ ପାଣି ରଖିବା ଦ୍ୱାରା ସନ୍ଧ୍ୟାବେଳେ ବସିଲେ ଥଣ୍ଡା ପବନ ଅନୁଭୂତ ହେବ ବୋଲି କହିଛନ୍ତି।
ଶ୍ରୀ ନନ୍ଦ କହିଛନ୍ତି ଯେ, ଅନନ୍ତ ମୂଳ ଚେର, ବେଣା ଚେର, କିଆ ଚେର ଆଦି ଘରେ ଝୁଲେଇ ପାରିବେ। ଘରଛାତ ଉପରେ ଗୁଡୁଚି ପ୍ଲାଣ୍ଟ ଲଗାଇବା ଦ୍ୱାରା ଛାତ ଥଣ୍ଡା ରୁହେ। ମାଠିଆରେ ପାଣି ରଖି ମଲ୍ଲିଫୁଲ ପକାନ୍ତୁ କିମ୍ବା କଇଁ ଫୁଲ, ଗୋଲାପ ଫୁଲ ଭଳି ଫୁଲର ପାଖୁଡା ସେହି ପାଣି ମାଠିଆରେ ପକାଇ ରଖନ୍ତୁ ଆଉ ସେହି ପାଣିକୁ ପିଇବା ଦ୍ୱାରା ଶରୀରକୁ ଥଣ୍ଡା ମିଳେ। ସହରରେ ଲୋକମାନେ ଫ୍ଲାଟରେ ରହୁଥିବା ବେଳେ ଘର ଝରକା ପାଖରେ ବେଣା, ବେଗୁନିଆ ଓ କିଆ ଚେର ଆଦି ଓହଳାଇ ସେଥିରେ ପାଣି ସ୍ପ୍ରେ କରି ପାରିବେ, ଯାହା ଜରିଆରେ ଘରକୁ ଆସୁଥିବା ପବନରେ ଗରମ ବା ଝାଞ୍ଜି ପବନ କମିଯିବ। କିନ୍ତୁ ଖରାଦିନେ ଶରୀର ଡ଼ିହାଇଡ୍ରେଟ ହୋଇଯାଉଥାଏ। ତେଣୁ ରିହାଇଡ୍ରେଟ କରିବାକୁ ପଖାଳ ଖାଇବା ଶରୀର ପକ୍ଷେ ଭଲ। ପଖାଳରେ ପ୍ରୋ ବାୟୋଟିକ ରହୁଥିବାରୁ ଏହା ଶରୀର ପାଇଁ ହିତକାରୀ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/0ae86f6a-dc66-461d-a288-217ffe5bc26f.jpg)