୨୫ରୁ ହାଵଡା-ଟିଟିଲାଗଡ଼ ସୁପରଫାଷ୍ଟ

ସମ୍ବଲପୁର : ପଶ୍ଚିମ ଓଡ଼ିଶା ପାଇଁ ଖୁସି ଖବର। ଆସନ୍ତା ୨୫ ତାରିଖରୁ ଚାଲିବ ହାଵଡା-ଟିଟିଲାଗଡ଼ ସୁପରଫାଷ୍ଟ ଏକ୍‌ପ୍ରେସ୍‌। ଆସନ୍ତା ଶୁକ୍ରବାରଠାରୁ ଏହି ଟ୍ରେନ୍‌ ହାଵଡା-ଟିଟିଲାଗଡ଼ ସୁପରଫାଷ୍ଟ ଏକ୍‌ପ୍ରେସ୍‌(ନଂ-୦୨୫୧୭) ହାଵଡା଼ରୁ ଟିଟିଲାଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଅନ୍ୟପଟେ ଟ୍ରେନ୍‌ ନଂ ୦୨୫୧୮ ଆସନ୍ତା ଶନିବାର ଟିଟିଲାଗଡ଼ ଷ୍ଟେସନରୁ ହାଵଡ଼ା ଅଭିମୁଖେ ବାହାରିବ।

ଟ୍ରେନ୍‌ଟି ହାଵଡ଼ା ଷ୍ଟେସନରୁ ପ୍ରତ୍ୟେକ ଦିନ ସକାଳ ୬ଟା ୩୫ ମିନିଟ୍‌ରେ ବାହାରି ରାତି ୭ଟା ୩୫ ସମୟରେ ଟିଟିଲାଗଡ଼ରେ ପହଞ୍ଚିବ। ଅନ୍ୟପଟେ ଏହି ଟ୍ରେନ୍‌ ପ୍ରତ୍ୟେକ ଦିନ ସକାଳ ୫ଟା ୧୫ରେ ଟିଟିଲାଗଡ଼ ଷ୍ଟେସନରୁ ବାହାରି ସନ୍ଧ୍ୟା ୬ଟା ୧୫ରେ ହାଵଡ଼ାରେ ପହଞ୍ଚିବ। ଟ୍ରେନ୍‌ଟି ବଲାଙ୍ଗୀର, ବରଗଡ଼ ରୋଡ୍‌, ହୀରାକୁଦ, ସମ୍ବଲପୁର, ଝାରସୁଗୁଡ଼ା, ରାଜଗାଙ୍ଗପୁର, ରାଉରକେଲା, ଟାଟାନଗର, ଝାରଗ୍ରାମ, ସନ୍ତ୍ରାଗାଛି ଷ୍ଟେସନ ଦେଇ ହାଵଡ଼ାରେ ପହଞ୍ଚିବ। ଟ୍ରେନ୍‌ଟି ମୋଟ ଉପରେ ୨୪ଟି ଷ୍ଟେସନରେ ରହିବ ଏବଂ ଏଥିରେ ୧୭ଟି କୋଚ୍‌ ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର