ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ୫ କୋଟି ଦେଲା ହିନ୍ଦୁସ୍ତାନ ପେଟ୍ରୋଲିୟମ

ଭୁବନେଶ୍ୱର: ଓଡ଼ିଶାର ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ହାତ ବଢାଇଛି ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) । କମ୍ପାନି ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । କମ୍ପାନିର ଏଲପିଜି ଡିଭିଜନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାକେଶ ମିଶ୍ରୀ ଆଜି ୫ କୋଟି ଟଙ୍କାର ଏକ ଚେକ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପଦ ସେଠୀଙ୍କୁ ପ୍ରଦାନ କରିଛନ୍ତି ।

ଗତକାଲି ଫନି ପ୍ରଭାବିତ ଅଞ୍ଚଳରେ ସହାୟତା ଓ ଥଇଥାନ ପାଇଁ ଆଉ ଏକ ରାଷ୍ଟ୍ରାୟତ ଉଦ୍ୟୋଗ ଗେଲ ୫ କୋଟି ଟଙ୍କା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓସଡମା)କୁ ପ୍ରଦାନ କରିଥିଲା । ଗେଲ ପକ୍ଷରୁ ଏହାର ମହାପ୍ରବନ୍ଧକ କେଭିଜି ଶ୍ରୀନିବାସ ୫ କୋଟି ଟଙ୍କା ମୂଲ୍ୟର ଏକ ଚେକ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପଦ ସେଠୀଙ୍କୁ ପ୍ରଦାନ କରିଥିଲେ । ଅନ୍ୟ ରାଷ୍ଟ୍ରାୟତ ତୈଳ ଉଦ୍ଦ୍ୟୋଗମାନେ ବି ପୂର୍ବରୁ ରିଲିଫ ପାଣ୍ଠିକୁ ଅନୁଦାନ ଦେଇସାରିଛନ୍ତି ।

ସମ୍ବନ୍ଧିତ ଖବର