ଭୁବନେଶ୍ୱର: ଆଜି କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଦେବାକୁ ରାଜ୍ୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ମାମଲାରେ ପୀଡ଼ିତାଙ୍କ ଚିକିତ୍ସା ହୋଇଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅଧିକ୍ଷକଙ୍କୁ ମଧ୍ୟ ରାଜ୍ୟ ମାନବାଧିକାର କମିସନ୍ ହାଜର ହେବା ପାଇଁ ନୋଟିସ ଜାରି କରଥିଲେ। ଅଧିକ୍ଷକ ଆଜି କମିସନଙ୍କ ନିକଟରେ ହାଜର ହୋଇ ଏହି ମାମଲାର ସମସ୍ତ ମେଡିକାଲ ରିପୋର୍ଟ ଦାଖଲ କରିଛନ୍ତି। ତେବେ ଅଧିକ୍ଷକ ଦୁଷ୍କର୍ମ ହୋଇଥିବା ।ସମ୍ପର୍କରେ ସ୍ପଷ୍ଟ କରି ନ ଥିବା ବେଳେ ମାନବାଧିକାର କମିସନର ରାଜ୍ୟ ଏସସି/ଏସଟି ବିଭାଗ ଓ କୋରାପୁଟ ଜିଲ୍ଲାପାଳଙ୍କୁ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତ୍ତୀ କାଳୀନ ଅନୁକମ୍ପା ରାଶୀ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏହା ଆସନ୍ତା ୨୭ ତାରିଖ ସୁଦ୍ଧା ଯେପରି ପୀଡ଼ିତାଙ୍କୁ ଦିଆଯାଏ ସେ ନେଇ ପଦକ୍ଷେପ ନେବାକୁ କମିସନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୀଡ଼ିତାଙ୍କୁ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ରଖି ପାଠ ପଢ଼ାଇବାର ବ୍ୟବସ୍ଥା କରିବା ପାଇଁ କମିସନ୍ ନିର୍ଦ୍ଦେଶ ଦେବା ସହିତ ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କ୍ରାଇମ୍ ବ୍ରାଞ୍ଚଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଦେବାକୁ ରାଜ୍ୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2017/11/HRPC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)