କଟକ: ମାନବାଧିକାର ସୁରକ୍ଷା ସେଲ୍(ଏଚ୍ଆର୍ପିସି) ପକ୍ଷରୁ ଆସନ୍ତା ୨୧ ତାରିଖରେ ରାଜ୍ୟ ସ୍ତରୀୟ ବିତର୍କ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁଯାଉଛି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡ଼େମିର ଅଡିଟୋରିୟମ୍ ହଲ୍ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ମାନବାଧିକାର ଆୟୋଗଙ୍କ ପରାମର୍ଶ କ୍ରମେ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ମାନବାଧିକାର ସଚେତନତା ପ୍ରସଂଗକୁ ନେଇ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଭୟ ଜିଲ୍ଲା ଏବଂ ରେଞ୍ଜ୍ ସ୍ତରରେ ପ୍ରତିଯୋଗିତା କରାଯିବ। ଏଥିରେ ସଫଳ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ର ଏଡିଜି ମହେନ୍ଦ୍ର ପ୍ରତାପ ଆସନ୍ତା ୨୧ ତାରିଖ ପୂର୍ବାହ୍ନ ପ୍ରାୟ ୯ଟା ବେଳେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛିା ସେହିପରି ଅପରାହ୍ନରେ ଆୟୋଜିତ ହେବାକୁ ଥିବା ଉଦ୍ଯାପନୀ ଉତ୍ସବରେ ପୁଲିସ ଡିଜି ଡାକ୍ତର ଆର୍.ପି. ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।