ଜୁଲାଇ ୨୭ରେ ଅନୁଷ୍ଠିତ ହେବ ପ୍ରଫେସର ହୃଦାନନ୍ଦ ରାୟଙ୍କ ୫ମ ଶ୍ରଦ୍ଧାଞ୍ଜଳି ସଭା

କେମିତି ଯୋଗଦେବେ ଜାଣନ୍ତୁ ?

ଭୁବନେଶ୍ୱର: ଆସନ୍ତାକାଲି(ଜୁଲାଇ ୨୭) ତାରିଖରେ ବିଶିଷ୍ଟ ଦାର୍ଶନିକ ତଥା ଧର୍ମ, ସାହିତ୍ୟ, ସଂସ୍କୃତିର ଜଣେ ବାଗ୍ମୀ ଓ ବକ୍ତାଭାବରେ ପରିଚିତ ପ୍ରଫେସର ହୃଦାନନ୍ଦ ରାୟଙ୍କର ୫ମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ | ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଏହାକୁ ୱେବନିଆର ମାଧ୍ୟମରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି | ଜୁଲାଇ ୨୭ ତାରିଖ ସନ୍ଧ୍ୟା ୬.୩୦ଘଟିକା ସମୟରେ ଏହି ଭିଡିଓ ୱେବନିଆର ଆୟୋଜନ ହେବାକୁ ଥିବାବେଳେ ଏଥିରେ ବକ୍ତା ଭାବେ ପ୍ରଫେସର ଫକୀର ମୋହନ ସାହୁ ଓ ‘କଥା’ର ସମ୍ପାଦକ ଡକ୍ଟର ଗୌରହରି ଦାସ ଯୋଗ ଦେବେ | ସେହିପରି ଭରଚୁଆଲ ସଭାର ଅଧ୍ୟକ୍ଷତା କରିବେ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି |

ଆପଣମାନେ ଯଦି ଏଥିରେ ଯୋଗ ଦେବାକୁ ତେବେ ଜୁମ ଆପ ମାଧ୍ୟମରେ ଯୋଗଦେଇପାରିବେ | ଏଥିପାଇଁ ଆପଣ ଜୁମ ଆଇଡି: 895 6288 5864 ରେ ଯାଇ ପାସୱାର୍ଡ଼: 405127 ମାଧ୍ୟମରେ ଭରଚୁଆଲ ସଭାରେ ଭାଗ ନେଇପାରିବେ |

ଏହି ୱେବନିଆରରେ ଯୋଗ ଦେବାକୁ ତାଙ୍କ ପୁତ୍ର ବିକ୍ରମ ରାୟଙ୍କ ସମେତ ପୁତ୍ରବଧୁ ସୁକନ୍ୟା ରାୟ ଅନୁରୋଧ କରିଛନ୍ତି | ଏଠାରେ ସୂଚନା ଥାଉ କି ଧର୍ମ, ସାହିତ୍ୟ, ସଂସ୍କୃତିର ଜଣେ ବାଗ୍ମୀ ଓ ବକ୍ତାଭାବରେ ହୃଦାନନ୍ଦ ଦେଶବିଦେଶରେ ପରିଚିତ । ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ସେ କାର୍ଯ୍ୟ କରିଥିଲେ । ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ ହୃଦାନନ୍ଦ କଳିଙ୍ଗ ଭାରତୀ ଅନୁଷ୍ଠାନରେ ଯୋଗଦେଇ ଭଞ୍ଜ ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ସେ ପ୍ରାୟ ୨୦ଟିରୁ ଉର୍ଦ୍ଧ ପୁସ୍ତକ ରଚନା କରିଛନ୍ତି । ଏଥିପାଇଁ ତାଙ୍କୁ ଓଡ଼ିଆ ସାହିତ୍ୟ ଏକାଡେମୀ ସମ୍ମାନ (ଜାଣେ ଅନୁଭବୀ ଅନୁଭବରେ ପାଇଁ), ଶାରଳା ପୁରସ୍କାର, ସାହିତ୍ୟଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା |

ସମ୍ବନ୍ଧିତ ଖବର