ଭୁବନେଶ୍ବର: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ (ଏଚ୍ଏସ୍ଆରପି) ଲାଗିନଥିବା ଗାଡ଼ି ଗୁଡିକ ପାଇଁ ଚେତାବନୀ ଜାରି କରିଛି। ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଏଣିକି ଜରିମାନା ଗଣିବାକୁ ହେବ ବୋଲି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି।
କର୍ତ୍ତୃପକ୍ଷ ତରଫରୁ କୁହାଯାଇଛି ଯେ, ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଂଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରସନ୍ ଲଗାଇବାକୁ ୨୦୨୩ ଫେବ୍ରୁଆରି ୨୮ ତାରିଖରେ ଶେଷ ହୋଇଯାଇଛି। ଏହା ଦେଖାଯାଉଛି ଯେ, କିଛି ଗାଡ଼ି ଏଚ୍ଏସ୍ଆରପି ରେଜିଷ୍ଟ୍ରେସନ ପ୍ଲେଟ ନଲଗାଇ ରାସ୍ତାରେ ଚାଲୁଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ୨୦୨୩ ଜୁନ୍ ୨୩ ତାରିଖ ଠାରୁ ବିନା ଏଚ୍ଏସ୍ଆରପି ନମ୍ବର ଥିବା ଗାଡ଼ିଗୁଡ଼ିକ ଚିହ୍ନଟ କରିବ ଏବଂ ଦଣ୍ଡବିଧାନ ପାଇଁ ଏକ ସ୍ବତନ୍ତ୍ର ଡ୍ରାଇଭ୍ର ଯୋଜନା କରିବ। ନମ୍ବର ପ୍ଲେଟ ଲାଗିନଥିବା ଗାଡି ଗୁଡିକଠାରୁ ଫାଇନ ଆଦାୟ ହେବ। ଇ-ଚାଲାଣ କଟାଯାଇ ୫ ହଜାରରୁ ୧୦ ହଜାର ଜରିମାନା ଆଦାୟ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/c5147918-3f57-4061-b2b5-0ab683bf549c.jpg)