ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ୩୦ରେ ପରବର୍ତ୍ତୀ ଶୁଣାଣି

କଟକ: ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା ନେଇ ବୁଧବାର ଶୁଣାଣି ହୋଇଛି। ହାଇକୋର୍ଟ ବ୍ୟବସ୍ଥା ନ ଥାଇ ଡେଡ଼ଲାଇନକୁ ନାପସନ୍ଦ କରିଛନ୍ତି। ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନଥିବା କାରଣରୁ ଏଚ୍‌ଏସ୍‌ଆରପିରେ ବୁକ୍ କରିବା ସମ୍ଭବ ମଧ୍ୟ ହେଉନାହିଁ। ତେବେ ଏଥିପାଇଁ କ’ଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ ଏହି ମାମଲା ନେଇ ସେପ୍ଟେମ୍ବର ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ପରିବହନ ବିଭାଗ ଅକ୍ଟୋବର ୧ ତାରିଖରୁ ହାଇ ସିକୁରିଟ ନମ୍ବର ପ୍ଲେଟ ଚେକିଂ କଡାକଡି କରିବାକୁ ନିଷ୍ପତ୍ତି ନେଇଛି। ନମ୍ବର ଫ୍ଲେଟ୍‌ ଲାଗି ନ ଥିଲେ ମଧ୍ୟ ଯାଞ୍ଚ୍‌ ସମୟରେ ସ୍ଲଟ୍‌ ବୁକିଂ କାଗଜ ପତ୍ର ଦେଖାଇଲେ ସମ୍ପୃକ୍ତ ଗାଡି ମାଲିକଙ୍କ ବିରୋଧରେ କୌଣସି ଇ-ଚାଲାଣ କଟାଯିବ ନାହିଁ। ଅର୍ଥାତ ସେହି ବ୍ୟକ୍ତି ଜରିମାନାରୁ ଛାଡ ପାଇବେ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି । ରାଜ୍ୟ ପରିବହନ ବିଭାଗର କହିବାନୁଯାୟୀ ଅନେକ ଗାଡି ମାଲିକ ସ୍ଲଟ୍ ବୁକିଂ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ସ୍ଲଟ୍‌ ମିଳୁନଥିବା ଅଭିଯୋଗ ହୋଇଥିଲା । ଏହିଭଳି ଅଭିଯୋଗର ସତ୍ୟତା ଥିବା ଜଣାପଡିବା ପରେ ଏସ୍‌ଟିଏ ପକ୍ଷରୁ ଜରିମାନା ଛାଡ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ସମ୍ବନ୍ଧିତ ଖବର