ଭୁବନେଶ୍ବର: ଯାନବାହନ ଆରୋହୀ ସତର୍କ ହୋଇ ଯାଆନ୍ତୁ। ଗାଡ଼ି ଯଦି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ନମ୍ବର ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସତର୍କ ସୂଚନା ଦେଇଛନ୍ତି। ଏଣିକି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ଚାଲାଣ କଟିବ। ଏଚଏସଆରପି ନଥିଲେ ଜାନୁଆରି ୧୫ ତାରିଖ ଠାରୁ ଚାଲାଣ ଭରିବାକୁ ପଡ଼ିବ।
ତେବେ ସମସ୍ତ ଯାନବାହନର ମାଲିକଙ୍କୁ ବ୍ୟସ୍ତ ହେବାର ନାହିଁ। କାରଣ କିଛି ଗାଡ଼ି ପାଇଁ ଏହି ନିୟମ ଲାଗୁ ହେବ। କେଉଁ କେଉଁ ଗାଡି ନମ୍ବର ପାଇଁ ଜାନୁଆରି ୧୫ ତାରିଖରୁ ଚାଲାଣ କଟିବ ଆସନ୍ତୁ ଜାଣିବା। ସୂଚନା ଅନୁଯାୟୀ, ଗାଡ଼ିର ଶେଷ ନମ୍ବର ୧ରୁ ୬ ଥିଲେ ଓ ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ନଥିଲେ ଆସନ୍ତା ୧୫ତାରିଖରୁ ଚାଲାଣ କଟିବା ଆରମ୍ଭ ହେବ।
ସେହିଭଳି ଜାନୁଆରି ୩୧ରେ ସରୁଛି ଶେଷ ନମ୍ବର ୭ରୁ ୮ ଥିବା ଗାଡିର ଅବଧି । ଫେବ୍ରୁଆରି ୨୮ରେ ସରୁଛି ଶେଷ ନମ୍ବର ୯ ଓ ୦ର ଅବଧି । ଯଦି ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କରାଇନାହାନ୍ତି ତେବେ ତୁରନ୍ତ କରାଇ ନିଅନ୍ତୁ । ନଚେତ୍ ଟ୍ରାଫିକରେ ଧରା ପଡ଼ିଲେ ମୋଟା ଅଙ୍କ ତଣ୍ଡ ଗଣିବାକୁ ପଡିପାରେ।