ଶ୍ରୀରାମ ଚେତନା ଜାଗରଣ ମଞ୍ଚ ପକ୍ଷରୁ ବିଶାଳ ବାଇକ୍‌ ରାଲି

ବାଲେଶ୍ବର: ଶ୍ରୀରାମ ନବମୀ ଉପଲକ୍ଷେ ଚେତନା ଜାଗରଣ ମଞ୍ଚ ପକ୍ଷରୁ ଶନିବାର ଅପରାହ୍ନ ୪ଟାରେ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରମିଟ୍‌ ପଡ଼ିଆରୁ ବାହାରି ଏହି ଶୋଭାଯାତ୍ରା ସିନେମାହଲ ଛକ, ଟାଉନ୍‌ ହଲ, ଗୋପାଳଗାଁ, ମାଣିଖମ୍ବ, ବାରବାଟୀ, ଦାମୋଦରପୁର, ଗୋଳାପୋଖରୀ, ପରମିଟ୍‌ ଘାଟ, ପୁରୁଣା ବାଲେଶ୍ବର, ବାଣେଶ୍ବର ମନ୍ଦିର, ଗବଗାଁ, ପାତ୍ରପଡ଼ା ଛକ, ସୁନହଟ ଛକ, ହେମକାପଦା, ମଠସାହି, ସେଣ୍ଟ୍ରାଲ୍‌ ସ୍କୁଲ ଛକ, ଆଇଟିଆଇ, ପୁଲିସ ଲାଇନ୍‌ ଛକ, ଫକୀର‌ମୋହନ ଗୋଲେଇ, ସୁରଜ ହୋଟେଲ, ଭାସ୍କରଗଂଜ, ଅରଡ଼ବଜାର, ଗଳାପୋଲ, ରାଣୀପାଟଣାଛକ, ଝାଡେଶ୍ବର ମନ୍ଦିର, ‌କଚେରି ଲାଇନ୍‌, ଏଡିଏମ୍‌ ଛକ, ଆଜିମାବାଦ, ଫକୀରମୋହନ କଲେଜ ଦେଇ ସଂଧ୍ୟା ସାଢ଼େ ୭ଟାରେ ପରମିଟ୍‌ ପଡ଼ିଆରେ ପହଞ୍ଚିଥିଲା।

ଶ୍ରୀରାମ ଚେତନା ଜାଗରଣ ମଞ୍ଚର ୫ ହଜାରରୁ ଅଧିକ ସଦସ୍ୟ ଶୋଭାଯାତ୍ରାରେ ସାମିଲ ହୋଇ ଜୟ ଶ୍ରୀରାମ ନାରା ଦେଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ୨ ଜଣ ଅତିରିକ୍ତ ଏସପି୍‌, ୪ ଜଣ ଡିଏସ୍‌ପି, ୪୮ ଜଣ ଇନ୍‌ସପେକ୍ଟର ଓ ସବ୍‌ଇନିସପେକ୍ଟରଙ୍କ ସମେତ ୮ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହୋଇଥିଲେ। ଆସନ୍ତାକାଲି ଶ୍ରୀରାମଚେତନା ଜାଗରଣ ମଞ୍ଚ ପକ୍ଷରୁ ସକାଳ ୮ଟାରୁ ଏକ ବିରାଟ ପଦଯାତ୍ରା ପରମିଟ୍‌ ପଡିଆରୁ ବାହାରି ସହର ପରିକ୍ରମା କରିବ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାମିଲ ହେବା ପାଇଁ ଶ୍ରୀରାମ ଚେତନା ଜାଗରଣ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର