ବଲାଙ୍ଗୀର: ବଲାଙ୍ଗୀର ପୁଲିସକୁ ବଡ଼ ସଫଳତା ମିଳିଛି। କମ୍ବିଂ ବେଳେ ଖପ୍ରାଖୋଲ ବ୍ଲକ୍ ଗନ୍ଧମାର୍ଦ୍ଦନ ପାହାଡ଼ ଏବଂ ତୁରେକେଲା ବ୍ଲକ୍ ଛତରଦାଣ୍ଡି ଜଙ୍ଗଲରୁ ବିପୁଳ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଡିଟୋନେଟର୍, ଜିଲୋଟିନ୍ ଏବଂ ଅନ୍ୟ ବିସ୍ଫୋରକ ସାମଗ୍ରୀ ରହିଛି। ବିଭିନ୍ନ କିସମର ବୋମା ତିଆରି ପାଇଁ ଉପକରଣ ମଧ୍ୟ ଜବତ ହୋଇଛି। ଉଭୟ ସ୍ଥାନରେ ମାଓବାଦୀଙ୍କ ଗତିବିଧି ଥିବା ଗୁଇନ୍ଦା ଖବର ରହିଥିଲା। ଏହା ପରେ ଦୁଇଟି ଡିଭିଏଫ୍ ଟିମ୍ କମ୍ବିଂ ଆରମ୍ଭ କରିଥିଲେ। ଏତିକିବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ।
ସେମାନେ ମାଟିତଳେ ପୋତିଥିବା ବିପୁଳ ସାମଗ୍ରୀ ମିଳିଛି। ଲୋୟର୍ ସୁକ୍ତେଲ୍ ବିସ୍ଥାପନ ସମସ୍ୟାରେ ପୂର୍ବରୁ ମାଓବାଦୀ ସଂଗଠନ ମୁଣ୍ଡ ପୂରାଇବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ଚାଲିଥିଲା। ଏଥର ଜବତ ସାମଗ୍ରୀ ମଧ୍ୟରେ ଲୋୟର୍ ସୁକ୍ତେଲ୍ ପ୍ରକଳ୍ପର ଖବରକାଗଜ କଟିଂ ମଧ୍ୟ ମିଳିଛି। ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନ୍ର ମାଓବାଦୀ ଏଠାରେ ପୂର୍ବରୁ ଡେରା ମାରିଥିବା ବଲାଙ୍ଗୀର ଏସ୍ପି ଅଭିଳାଷ ଜି. ସୂଚନା ଦେଇଛନ୍ତି। କିଛିଦିନ ହେଲା ଛତିଶଗଡ଼ରେ ଅପରେସନ୍ ‘ବ୍ଲାକ୍ ଫରେଷ୍ଟ’କୁ ଜୋର୍ଦାର କରାଯାଇଛି। ତେଣୁ ସେଠାରୁ ମାଓବାଦୀମାନେ ବଲାଙ୍ଗୀର ସୀମାକୁ ପଶିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଗନ୍ଧମାର୍ଦ୍ଦନ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସର୍ଚ ଅପରେସନ୍କୁ ତ୍ବରାନ୍ବିତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/17/vujyVQvXY9xEccoi6kFD.jpg)