ଛତ୍ରପୁର: ଛତ୍ରପୁର ଥାନା ସୁନ୍ଦରପୁର ଗ୍ରାମ ନିକଟ ପାଇତାରି ପାହାଡ଼ ପଥରଖାଦାନରୁ ପୁଲିସ ଓ ତହସିଲ ପ୍ରଶାସନ ମିଳିତ ଭାବେ ଚଢ଼ଉ କରି ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ସହ ୩ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଖଲ୍ଲିକୋଟ ଥାନା ପଥରାର ମଣ୍ଟୁ ରାଉତ, ରମ୍ଭା ଥାନା ଗୋବିନ୍ଦପୁରର ପ୍ରସନ୍ନ କୁମାର ନାହକ ଏବଂ ବୁଗୁଡ଼ା ଥାନା ଶାଳବଣି ଅଞ୍ଚଳର ଲକ୍ଷ୍ମୀ ନାରାୟଣ ସାହୁ। ସେମାନଙ୍କଠୁ ୬୦୦ଟି ଜିଲେଟିନ୍ ଷ୍ଟିକ୍, ୨୦ଟି ଇଲେକ୍ଟ୍ରୋନିକ୍ ଡିଟୋନେଟର୍, ୨୫ଟି ଲୁହାରଡ଼୍, ୬ କିଲୋ ଆମୋନିଆ ପାଉଡର୍ ଓ ଗୋଟିଏ ବ୍ଲାଷ୍ଟିଂ ମେସିନ୍ ଜବତ ହୋଇଛି। ପଥର ଖଣିରେ ବେଆଇନ୍ ଭାବେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ଥିବା ସୂଚନା ପାଇ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଅତିରିକ୍ତ ତହସିଲଦାର ଜସ୍ମିନ୍ କୁମାର ପ୍ରଧାନ, ଏସ୍ଡିପିଓ ଗୌତମ କିଷାନ୍, ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ, ସବ୍ଇନ୍ସପେକ୍ଟର ସିଲୁ ଧଳ ଓ ସତ୍ୟଜିତ୍ ବେଣିଆ ପ୍ରମୁଖ ଚଢ଼ଉ କରିଥିଲେ। କେସ୍ ନମ୍ବର ୨୧୩/୨୧ ଅନୁସାରେ ମାମଲା ରୁଜୁ ସହ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।
ପଥର ଖାଦାନରୁ ବିପୁଳ ବିସ୍ଫୋରକ ଜବତ, ୩ ଗିରଫ
/sambad/media/post_attachments/wp-content/uploads/2021/05/f56456fs4h5fs456hs4f6hsf65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)