ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍ ବନମାଳିପୁର ପଞ୍ଚାୟତ ଅଧୀନ ସୋମନାଥ ଦେବଙ୍କ ମେଳଣ ପଡ଼ିଆରେ ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଯାଇଛି। ଖଣ୍ଡପଡ଼ା ବ୍ଲକ୍ ବିଜେଡି ମହିଳା ସଭାପତି ମିନତି ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେବା ସହିତ ଝିଅମାନଙ୍କ ଉଚ୍ଚଶିକ୍ଷା ନିମନ୍ତେ ମା’ମାନେ ସଂକଳ୍ପ ନିଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। ଆମ ମାଟିରେ ବିଶେଷ କିଛି ନ ଥିଲେ ମଧ୍ୟ ପଠାଣି ସାମନ୍ତ ତାଙ୍କ ପାଣ୍ଡିତ୍ୟ ଦ୍ୱାରା ସମଗ୍ର ବିଶ୍ୱକୁ ଚମତ୍କୃତ କରାଇପାରିଥିଲେ। ତେଣୁ ଆମ ମାଟିର ଝିଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ ମା’ମାନେ ଉତ୍ସାହିତ କରିବା ସହିତ ଏଥିପାଇଁ ସଂକଳ୍ପ ନେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ସଶକ୍ତ କରିବାକୁ ବିଭିନ୍ନ ଯୋଜନା ସହ ବିଧାନସଭାରୁ ସଂସଦ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା କରିବା ନିମନ୍ତେ ଉଦ୍ୟମ କରୁଥିବା କଥା ସେ ସୂଚନା ଦେଇଥିଲେ। ଏଥି ସହିତ ଖୁବ୍ଶୀଘ୍ର ନିର୍ବାଚନମଣ୍ଡଳୀ ଅଧୀନ ସମସ୍ତ ପଞ୍ଚାୟତରେ ଦଳ ପକ୍ଷରୁ ମହିଳାଙ୍କୁ ନେଇ ସାଙ୍ଗଠନିକ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
/sambad/media/post_attachments/wp-content/uploads/2023/03/n5-750x430.jpg)
ମଞ୍ଚରେ କେବଳ ମହିଳା
ଆଜି ଆୟୋଜିତ ଏହି ବୈଠକରେ ଖଣ୍ଡପଡ଼ା ବିଧାୟକଙ୍କ ନିଆରା ଉଦ୍ୟମରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ନିର୍ବାଚନମଣ୍ଡଳୀ ଅଧୀନ ଉଭୟ ବ୍ଲକ୍ର ମହିଳା ସଭାପତି ଓ ନିର୍ବାଚିତ ମହିଳା ଜନପ୍ରତିନିଧି ମଞ୍ଚରେ ଥିବାବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ମହିଳାଙ୍କ ଦ୍ୱାରା ସଞ୍ଚାଳିତ ହୋଇଥିଲା। ନାରୀ ସଶକ୍ତୀକରଣର ବାର୍ତ୍ତା ଦେଇଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ।
/sambad/media/post_attachments/wp-content/uploads/2023/03/n6-750x430.jpg)
ବୈଠକରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଖଣ୍ଡପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପମା ବେହେରା, ବିଜେଡି ଭାପୁର ମହିଳା ସଭାପତି କବିତା ମହାରଣା, ନଗର ଛାତ୍ର ବିଜେଡି ସଭାପତି ତଥା କାଉନସିଲର ମୋନାଲି ପ୍ରିୟଦର୍ଶିନୀ ପ୍ରଧାନ, ସିଧାମୂଳା ସରପଞ୍ଚ ଗୀତାଞ୍ଜଳି ନାୟକ, ଜିଲ୍ଲା ମହିଳା ଉପସଭାନେତ୍ରୀ ମମତା ଦାସ, ବନମାଳିପୁର ସରପଞ୍ଚ ବାସନ୍ତୀ ବେହେରା, ଗୋଳାପୋଖରୀ ସରପଞ୍ଚ ରଶ୍ମିତା ପ୍ରଧାନ, ନଗର ମହିଳା ସଭାନେତ୍ରୀ ସୁପ୍ରିୟା ଦାଶ, ନାରିନେତ୍ରୀ ଅଳକା ମିଶ୍ର, ମଞ୍ଜୁଲତା ପ୍ରଧାନ ପ୍ରମୁଖ ମହିଳାଙ୍କୁ ବିଜୁ ଜନତା ଦଳ ସରକାରର ଉଲ୍ଲେଖନୀୟ ଯୋଜନା ବିଷୟରେ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ଶିବାନୀ ଦାଶ, ସନ୍ତୋଷୀ ବେହେରା, ଇନ୍ଦୁମତି ସାହୁ, ସମିତିସଭ୍ୟ ରଞ୍ଜିତା ବେହେରା, ଏଲିନା ନାୟକ, ଅତଶ୍ରୀ ବେହେରା, ରଞ୍ଜୁ ଦଳେଇ, ସୁଲୋଚନା ଦାସ, ପୂର୍ବତନ ସରପଞ୍ଚ ଶାନ୍ତିପ୍ରିୟା ଗୋଛି, ମଞ୍ଜୁଲତା ପ୍ରଧାନ, ରମାମଣି ଦାସ, ସସ୍ମିତା ବିଶ୍ୱାଳ, ଆଦିସ୍ମିତା ଧଳ, ବିଦ୍ୟୁତପ୍ରଭା ଷଡ଼ଙ୍ଗୀ, ସସ୍ମିତା ବିଶ୍ୱାଳ ପ୍ରମୁଖ ବିଜୁ ଜନତା ଦଳର ଛାମୁଆଁ କର୍ମୀ ଓ ନେତା ମଞ୍ଚାସୀନ ଥିଲେ। ଏହି ବିଶାଳ ମହିଳା ସମାବେଶରେ ନିର୍ବାଚନମଣ୍ଡଳୀ ଅଧୀନ ୪୨ଟି ପଞ୍ଚାୟତ ଏବଂ ଏନ୍ଏସିରୁ ଛାମୁଆଁ ନେତା ଓ କର୍ମୀଙ୍କ ସମେତ ୫ ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗ ଦେଇଥିଲେ। ମଞ୍ଚ ତଳେ ବିଧାୟକଙ୍କ ସମେତ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ଆଗଧାଡ଼ିର ଛାମୁଆଁ ନେତା ଓ କର୍ମୀ ଏହି ସମାବେଶରେ ସକ୍ରିୟ ଭାବେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/n3.jpg)