ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ସିଜିମାଳି ଠାରେ ବକ୍ସାଇଟ ଖଣି ଖନନକୁ ସମର୍ଥନ କରି ଗୁରୁବାର ଦିନ କାଶୀପୁରରେ ଜନସମୁଦ୍ର ଦେଖିବାକୁ ମିଳିଥିଲା। କାଶୀପୁର ବ୍ଲକ ଏବଂ ଥୁଆମୂଳ ରାମପୁର ବ୍ଲକର ହଜାର ହଜାର ଗ୍ରାମବାସୀ କାଶୀପୁରରେ ଏକତ୍ରିତ ହୋଇ ଏହି ଖଣି ଖନନକୁ ସମର୍ଥନ କରି ସ୍ଲୋଗାନ ଦେଇଥିଲେ। ଆସନ୍ତା ୧୬ ତାରିଖରେ ପରିବେଶ ମଞ୍ଜୁର ନେଇ ଜଣଶୁଣାଣି ହେବାକୁ ଥିବା ବେଳେ ଆଜି ଏହାକୁ ସମର୍ଥନ ମଧ୍ୟ କରିଥିଲେ। ଖଣି ଖନନ ନେଇ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ରରେ ବାହ୍ୟ ଲୋକ କାଶୀପୁର ଅଂଚଳରେ ପଶି ନୀରିହ ଆଦିବାସୀଙ୍କର ସରଳତାର ସୁଯୋଗ ନେଇ ଖଣି ଓ ଅଂଚଳର ବିକାଶ ବିରୋଧରେ ଲୋକଙ୍କୁ ଉସୁକାଉଥିଲେ। ସେହି ଲୋକମାନେ କାଶୀପୁର ଅଂଚଳରେ ବାସ କରୁଥିବା ଲୋକଙ୍କର ବିକାଶ ଚାହୁଁନଥିବା କହିଥିଲେ।
କମ୍ପାନି ଠାରୁ ନିଜର ସ୍ବାର୍ଥ ହାସଲ କରିବା ପାଇଁ ଏହି ଅଂଚଳର ଲୋକଙ୍କୁ କମ୍ପାନୀ ବିରୋଧେ ପ୍ରବର୍ତ୍ତାଉଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ। ସେମାନଙ୍କର ସ୍ବାର୍ଥ ପୂରଣ ହେଲେ ସେମାନେ ଚୁପ ହୋଇଯାଉଥିବା କୁହାଯାଇଛି। ଭୁବନେଶ୍ବର, କୋଲକାତା, ଦିଲ୍ଲୀ, ମୁମ୍ବାଇ, ଲଣ୍ଡନ ଭଳି ସ୍ଥାନରୁ ବିଭିନ୍ନ ବ୍ୟକ୍ତି ଆସି ଏହି ଅଂଚଳର ଲୋକଙ୍କୁ ଖଣି ଖନନ ହେଲେ ଏହା ମରୁଭୁମି ପାଲଟିଯିବ। କମ୍ପାନି ଗାଡ଼ିକୁ ନିଆଁ ଲଗାଇ ଦିଅନ୍ତୁ। ଆପଣମାନେ ଆଦିବାସୀ ଆଇନ ହାତକୁ ନେଲେ ଆପଣକୁ ସରକାର କିଛି କରିପାରିବ ନାହିଁ ବୋଲି ଲୋକଙ୍କୁ ମତାଉଥିଲେ। ବାହାର ଲୋକ ଘନ ଘନ ଆସି ଆମ ପାଇଁ ଚିନ୍ତା କରୁଥିବା କହୁଛନ୍ତି। ସେତେବେଳେ କୁଆଡ଼େ ଯାଇଥିଲେ ଯେତେବେଳେ କାଶୀପୁରରେ ଝାଡାବାନ୍ତି, ହଇଜା, କରୋନାରେ ଲୋକେ ମରୁଥିଲେ। ଆହା ବୋଲି ପଚାରିବାକୁ କେହି ଆସିଲେ ନାହିଁ। ଏବେ ଯେଉଁ ସଂସ୍ଥା, ଏନଜିଓ ଓ ବିଶିଷ୍ଟ ବ୍ୟକ୍ତିମାନେ ଆସୁଛନ୍ତି, ସେମାନଙ୍କୁ କେବେ ମଧ୍ୟ ଆମେ ଏହି ଅଂଚଳରେ ଦେଖିନଥିଲୁ।
/sambad/media/post_attachments/wp-content/uploads/2023/10/Rgda-Sijimali-khani-khanan-ku-samarthan-3.jpg)
ଆମ ଅଂଚଳରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ସହ ଅନ୍ୟାନ୍ୟ ମୌଳିକ ସମସ୍ୟା ରହିଛି। ତେଣୁ କମ୍ପାନି ହେଲେ ଆମି ଅଂଚଳର ବିକାଶ ହେବ। ସିଜିମାଳି ଅଂଚଳର ପ୍ରଭାବିତ ହେଉଥିବା ଲୋକେ ହିଁ ଏହି କମ୍ପାନିର ଭଲ କଥା ଚିନ୍ତା କରୁଛନ୍ତି। ଦିଲ୍ଲୀ ଓ ଭୁବନେଶ୍ବରରେ ବସିଥିବା କିଛି ଲୋକ ସରକାରଙ୍କୁ ଲେଖୁଛନ୍ତି ଯେ କାଶୀପୁର ଅଂଚଳର ଲୋକେ ଖଣି ଖନନ ଚାହୁଁ ନାହାନ୍ତି। ଆଜି ଆମେ ଖଣି ଅଂଚଳର ଏବଂ ଥୁଆମୁଳ ରାମପୁର ଅଂଚଳର ହଜାର ହଜାର ମହିଳା ପୁରୁଷ ସରକାରଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଏଠାରେ ଖଣି ଖନନ ହେଲେ ଆମର କୌଣସି ଅସୁବିଧା ନାହିଁ। ଆମର ବିକାଶ ହିଁ ହେବ ବୋଲି ବ୍ଲକ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟରେ ଲୋକ ରୁଣ୍ଡ ହୋଇ ଚିତ୍କାର କରିଥିଲେ। ଆମର ବିକାଶରେ ବାଧା ଦେଉଥିବା ଲୋକଙ୍କୁ କାଶୀପୁର ଅଂଚଳରେ ପୁରାଇ ଦେବୁ ନାହଁ ବୋଲି ଲୋକେ ଚେତାବନୀ ଦେଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Rgda-Sijimali-khani-khanan-ku-samarthan-1.jpg)