ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟା ପାଣିରେ ଭାସି ଆସିଥିବା ଏକ ବିରାଟ ଅଜଗରକୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଶନିବାର ସକାଳେ ଅଜଗରଟି ଖାଦ୍ୟ ସନ୍ଧାନରେ ଆସି ଔପଦା ବ୍ଲକ ବଡପୋଖରୀ ସ୍ଥିତ ଦାରିପୋଖରୀ ନିତ୍ୟାନନ୍ଦ ମହାନ୍ତିଙ୍କ ଘର ନିକଟରେ ପହଞ୍ଚିଥିଲା।
ଅଜଗର ଘର ଭିତରକୁ ପଶି ଏକ କୁକୁଡ଼ା ଗିଳି ଦେଇଥିଲା। ଏହାପରେ ପାଖରେ ଥିବା ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ସ୍ନେକହେଲ୍ପ ଲାଇନକୁ ଖବର ଦେଇଥିଲେ।
ଖବର ପାଇ ସ୍ନେକହେଲ୍ପ ଅଧିକାରୀମାନେ ଘଟଣାସ୍ଥଳରେ ପହିଛି ବିରାଟ ଅଜଗର ସାପକୁ ଉଦ୍ଧାର କରି କୁଲଡ଼ିହା ଜଙ୍ଗଲରେ ଛାଡିଥିବା ଜଣାପଡିଛି। ଉଦ୍ଧାର ଅଜଗରଟିର ଲମ୍ବ ୧୬ ଫୁଟ ଏବଂ ଓଜନ ୧୪କିଲୋ ହେବ ବୋଲି ଜଣାପଡିଛି। ସାପକୁ ଧରିବା ପରେ ଦୁଇଟି କୁକୁଡ଼ା ବାନ୍ତି କରି ବାହାର କରିଥିଲା।
Baleswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/05/huge-python-rescued-from-cage-2025-07-05-15-35-43.jpg)
