କୁକୁଡ଼ା ଖାଇବାକୁ ଆସି ଲୋକଙ୍କ ହାତରେ ଧରାପଡ଼ିଲା ବିଶାଳ ଅଜଗର

ମାଲକାନଗିରି: କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରାଙ୍ଗପଲ୍ଲି ଗ୍ରାମ ପଞ୍ଚାୟତର ଏମପିଭି-୮ ନମ୍ବର ଗ୍ରାମର ଜଣଙ୍କର ଘରେ ପଶି କୁକୁଡ଼ା ଖାଇଛି ବିଶାଳକାୟ ଅଜଗର। ଅଜଗରଟି ୩ଟି କୁକୁଡ଼ା ଖାଇଦେବା ପରେ ପରିବାର ଲୋକେ ଭୟଭୀତ ହୋଇ ମାଲକାନଗିରିର ସ୍ନେକ ହେଲ୍ପଲାଇନର ସଦସ୍ୟକୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ପରେ ସ୍ନେକ ହେଲପ ଲାଇନର ସଦସ୍ୟ ବଲରାମ ଭଞ୍ଜ ଏବଂ ଶରତ ପୂଜାରୀ ଉଭୟ ଏମପିଭି-୮ ଗ୍ରାମରେ ପହିଞ୍ଚି ଅଜଗର ସାପଟିକୁ ଧରିବାରେ ସକ୍ଷମ ହୋଇଥିଲେ। ଏଥି ସହିତ ଗିଳିଥିବା ତିନୋଟି ଯାକ କୁକୁଡ଼ାକୁ ମଧ୍ୟ ବାହାର କରିଥିଲେ।

ଉଦ୍ଧାର ହୋଇଥିବା ଅଜଗରଟି ଆଠ ଫୁଟରୁ ଊର୍ଦ୍ଧ୍ବ ଲମ୍ବ ହୋଇଥିବା ବେଳେ ଏହାର ଓଜନ ୨୦ କିଲୋରୁ  ଅଧିକ ହେବ। ସାପଟିକୁ ଉଦ୍ଧାର କରିବା ପରେ ବନାଞ୍ଚଳ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ହସ୍ତାନ୍ତର କରାଗଲା। ଏଥି ସହିତ ଅଜଗରଟିର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହିତ ଜଙ୍ଗଲରେ ଛାଡିଦିଆଯାଇଛି।ପ୍ରକାଶ ଥାଉକି ଜଂଗଲରେ ଖାଦ୍ୟ ଅଭାବ ଯୋଗୁଁ ଅଜଗର ସହର ଏବଂ ଗାଁ ମୁହାଁ ହେଉଛନ୍ତି। ବର୍ଷା ପଡିବା ମାତ୍ରେ ବହୁ ଅଜଗର ଗାଁ ମୁହାଁ ହେଉଥିବା ଲକ୍ଷ୍ୟ କରାଯାଇଛି। ପ୍ରାୟତଃ ପ୍ରତିଦିନ କୌଣସି ନା କୌଣସି ଗ୍ରାମରେ ପଶି ଅଜଗର କୁକୁଡା ଖାଉଥିବା ଦୃଶ୍ୟ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳେ।

ସମ୍ବନ୍ଧିତ ଖବର