ରାଇରଙ୍ଗପୁର/ବାଦାମପାହାଡ଼: ଗଞ୍ଜାମରେ ବିଷାକ୍ତ ମଦ ପିଇ ମୃତୁ ପରେ ଅବକାରୀ ପୁଲିସ ଆକ୍ସନ୍ ମୁଡରେ ଅଛି। ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତଥା ରାଇରଙ୍ଗପୁର ଡେପୁଟି ସୁପରିଟେଣ୍ଡଟ୍ ସୌମ୍ୟ ରଞ୍ଜନ ବେହେରାଙ୍କ ନେତୃତ୍ବରେ ଅବକାରୀ ଓଆଇସି ବହଳଦାର ରଣଜିତ୍ ଶବର, ବିଶୋଇର ପ୍ରହାଲଦ ସାମଲ, ରାଇରଙ୍ଗପୁର ସୁଧାଂଶୁ ବେହେରା, କରଞ୍ଜିଆର ଏଏସଆଇ ଦେବେନ୍ଦ୍ର ପାତ୍ର, କରଞ୍ଜିଆ ଓଆଇସି ପ୍ରଦୀପ କୁମାର ବେହେରାଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତେନଟପୋଷି ଗାଁର ନଈକୂଳରୁ ୧୫,୫୦୦ କିଲୋ ପୋଚ ଓ ୩୫୦ ଲିଟର ଦେଶୀ ମଦ ମାଟି ତଳୁ ଜବତ କରି ନଷ୍ଟ କରିଛି।

Advertisment

ତେବେ ବିପୁଳ ପରିମାଣର ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିଥିଲେ ମଧ୍ୟ କାହାରିକୁ ଅସନବଣୀ ଗ୍ରାମର ଭଉଁରା ମାରାଣ୍ଡି (୩୬)ଙ୍କ ପକ୍ଷରୁ ୩୦ ଲିଟର ଦେଶୀ ମଦ ଜବତ କରି ତାଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।