ଭୁବନେଶ୍ବର : ମୟୂରଭଞ୍ଜର ସ୍ୱାଭିମାନ, ଶିମିଳିପାଳର ସୁରକ୍ଷାକୁ ନେଇ କିଛି ବି ପଦକ୍ଷେପ ଗ୍ରହଣ କରିବ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗକେଶରୀ ଜେନା କହିଛନ୍ତି। ଅଗଷ୍ଟ ୨ରେ ଭଞ୍ଜସେନା ପକ୍ଷରୁ ରାଜଧାନୀରେ ବିଶାଳ ସମାବେଶ କରାଯିବ ବୋଲି ଆଜି ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ୧୦ ଦଫା ଦାବି ନେଇ ଏହି ଜନସମାବେଶ କରାଯିବ। ଦାବି ପୂରଣ ନ ହେବା ଯାଏ ପଲ୍ଲୀରୁ ଦିଲ୍ଲୀ(ଜନ୍ତରମନ୍ତର) ପର୍ଯ୍ୟନ୍ତ ସଂଗ୍ରାମ କରାଯିବ ବୋଲି କୁହାଯାଇଛି। ଏହି ସମ୍ମିଳନୀରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସଭାପତି ପିଣ୍ଟୁ ମାଇତି, ଓବିସି ଶାଖା ସଭାପତି ରାକେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
୨ରେ ଭଞ୍ଜସେନା ପକ୍ଷରୁ ବିଶାଳ ସମାବେଶ
/sambad/media/post_attachments/wp-content/uploads/2023/03/protest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)