ରାଇରଙ୍ଗପୁର: କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ଅପରାହ୍ନ ଠାରୁ ରାତ୍ରୀ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ କାଳବୈଶାଖୀ ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ବିଶାଳ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଟଳି ପଡ଼ିଛି। ରାଇରଙ୍ଗପୁର ସହରର ଦୁର୍ଗା ମଣ୍ଡପ ଛକଠାରୁ କଚେରୀକୁ ଯାଇଥିବା ରାସ୍ତାରେ ଏକ ବିଶାଳ ଗଛ ଟଳି ପଡିଯିବାରୁ ଯାତାୟାତ କରୁଥିବା କିଛି ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସେହିପରି ମେଡ଼ିକାଲ ଛକରୁ ରେଳ ଷ୍ଟେସନକୁ ଯାଇଥିବା ରାସ୍ତାରେ ମଧ୍ୟ ଏକ ବିଶାଳ ଗଛ ପଡ଼ିଯାଇଥିବାରୁ ଦୀର୍ଘ ସମୟ ଧରି ରାସ୍ତା ଜାମ୍ ହୋଇଥିଲା। ବିଭିନ୍ନ ସ୍ଥାନରେ ଗଛ, ଡ଼ାଳ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ରହିଥିବା ସୂଚନା ମିଳିଛି। ଅଗ୍ନିଶମ ବିଭାଗ କିଛି ସ୍ଥାନକୁ ଯାଇ ଡାଳକୁ କାଟି ସଫା କରିବା ପରେ ଯାତାୟାତ ସମ୍ଭବ ହେବା ସହିତ ବିଦ୍ୟୁତ୍ ମଧ୍ୟ ଯୋଗାଣ ହୋଇଛି। କିଛି ସ୍ଥାନରେ ବର୍ତ୍ତମାନ ମଧ୍ୟ ବିଦ୍ୟୁତ କାଟ ହୋଇଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ କିଛି ଲୋକଙ୍କ ଚାଳ ଛପର ଘରକୁ ପବନରେ ଉଡ଼ାଇ ନେଇଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/IMG_20240517_211706.jpg)