କଟକ : ରାଜ୍ୟ ମାନବାଧିକାର କମିସନରେ ସ୍ଥାୟୀ ଅଧୢକ୍ଷ ପଦ ପୂରଣ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଅଧିକ ମହଲତ ଦେଇଛନ୍ତି। ୨୦୧୯, ଜୁଲାଇ ୨୨ରେ ମାମଲାର ଶୁଣାଣି କରି ହାଇକୋର୍ଟ ଅଗଷ୍ଟ ୫ ସୁଦ୍ଧା ଅଧ୍ୟକ୍ଷ ପଦ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଇନ ବିଭାଗ ପକ୍ଷରୁ ଅଧିକ ସମୟ ଲୋଡାଯାଇ ଆବେଦନ କରାଯାଇଥିଲା। ଆଇନ ବିଭାଗ ଏଏଫଏ-କମ୍-ଡେପୁଟି ସେକ୍ରେଟାରି ଦିଲେଶ୍ବର ମାଝୀଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ରାଜ୍ୟ ମାନବାଧିକାର କମିସନ୍ ଅଧ୍ୟକ୍ଷ ପଦ ପୂରଣ ପାଇଁ ଆଇନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥି ପାଇଁ ଆଉ ଏକ ମାସ ସମୟ ପ୍ରଦାନ କରାଯାଉ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ମାନବାଧିକାର କମିସନ୍ ଅଧ୍ୟକ୍ଷ ଭାବେ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇ ପାରିବ ବୋଲି ରହିଥିବା ନିୟମରେ ପ୍ରସ୍ତାବିତ ସଂଶୋଧନ ପ୍ରସଂଗରେ ମଧ୍ୟ ଆଜି ଶୁଣାଣି ସମୟରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏପରି ସ୍ଥିତିରେ ହାଇକୋର୍ଟ ସରକାରଙ୍କୁ ଅଧ୍ୟକ୍ଷ ପଦ ପୂରଣ ପାଇଁ ଅଧିକ ମହଲତ ପ୍ରଦାନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୩କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.‌ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ପ୍ରବୀର କୁମାର ଦାସ ଓ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୨ରୁ ମାନବାଧିକାର କମିସନଙ୍କ ସ୍ଥାୟୀ ଅଧୢକ୍ଷ ପଦ ଖାଲି ପଡିଥିବା ବେଳେ ଏ ନେଇ ଶ୍ରୀ ଦାସ ଓ ଶ୍ରୀ ମହାନ୍ତି ଦୁଇଟି ପୃଥକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ମାନବିକ ଅଧିକାର ଉଲ୍ଲ˚ଘନ ଭଳି ଘଟଣା ସ˚ଖ୍ୟା ବଢୁଥିବା ବେଳେ କମିସନଙ୍କ ଏପରି ସ୍ଥିତି ସମସ୍ତଙ୍କ ଚିନ୍ତା ବଢାଇଛି। ମାନବାଧିକାର କମିସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇ ସ୍ଥାୟୀ ଅଧ୍ୟକ୍ଷ ଓ ସବୁ ସଦସ୍ୟ ଙ୍କୁ ନିଯୁକ୍ତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।