ମାଲକାନଗିରି : ମାଲକାନଗିରି ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣେ ନକ୍ସଲର ଆତ୍ମହତ୍ୟା ଘଟଣାରେ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ୪ ସପ୍ତାହ ମଧ୍ୟରେ ଘଟଣା ସଂପର୍କରେ ରିପୋର୍ଟ ଦେବାକୁ ମାଲକାନଗିରି ଏସପିଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ଏନେଇ ଏସପି ଜଗମୋହନ ମୀନାଙ୍କୁ ପଚାରିବାରୁ ଏଭଳି ନିର୍ଦେଶନାମା ତାଙ୍କ ନିକଟରେ ପହଞ୍ଚିନି। ମାନବ ଅଧିକାର କମିଶନଙ୍କ ନିୟମ ମୁତାବକ ସମସ୍ତ କାର୍ଯ୍ୟ କରାଯାଇଛି। ଏକ ମାସ ମଧ୍ୟରେ ସେ ମାନବ ଅଧିକାର କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୨୭ ତାରିଖ ଅପରାହ୍ନରେ ୧୨ ଜଣ ନକ୍ସଲ ଗିରଫ ହୋଇଥିଲେ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ବେଳେ ମାଥିଲି ବ୍ଲକର ଟେମରୁପାଲୀ ପଞ୍ଚାୟତର ଯନ୍ଦ୍ରାଗୁଡା ଗ୍ରାମର ସୋମା କାବାସୀ ନାମକ ନକ୍ସଲ ଜଣକ ଶୌଚାଳୟ ଯିବାକୁ କହିଥିଲା। ଦୀର୍ଘ ସମୟ ସେ ଶୌଚାଳୟରୁ ଆସି ନଥିଲେ। ପରେ ପୁଲିସ କର୍ମଚାରୀ ଯାଇ ଦେଖିବା ବେଳକୁ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଥିଲା। ତୁରନ୍ତ ତାଙ୍କୁ ମାଲକାନଗକିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମା କବାସୀଙ୍କ ମୃତ୍ୟୁ ଘଟିଥିିଲା। ଯନ୍ଦ୍ରାଗୁଡାର ମୋୟା କାବାସି ହତ୍ୟା ମାମଲାରେ ସୋମାକୁ ଗିରଫ କରାଯାଇଥିଲା। ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ୍ ମାଲକାନଗିରି ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Mkg-naxal-suicide.jpg)