ମହିଳା ଥାନାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା: ଉଭୟ ନିଜର ନିଷ୍ପତ୍ତି ଜଣାଇବେ ଆଜି

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର ମହିଳା ଥାନାରେ ପହଞ୍ଚିଛନ୍ତି। ହ୍ୟୁମାନ ସାଗରଙ୍କ ସହ ତାଙ୍କ ମା ଶେଫାଳି ସୁନା ମଧ୍ୟ ଥାନାରେ ପହଞ୍ଚିଛନ୍ତି। ଦ୍ୱିତୀୟ ଥର ପାଇଁ ପୁଲିସ ଉଭୟଙ୍କୁ କାଉନସେଲିଂ କରିବ।

ଆଜି  ଉଭୟ ନିଜର ନିଷ୍ପତ୍ତି ଜଣାଇବେ ମହିଳା ଥାନାରେ। ଏସପି ଅମିତାଭ ମହାପାତ୍ର ଓ ମହିଳା ଥାନାରେ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଉଭୟ ନିଜ ନିଷ୍ପତ୍ତି ଜଣାଇବେ। ସୂଚନାଯୋଗ୍ୟ, କିଛିଦିନ ତଳେ ହ୍ୟୁମାନ ସାଗରଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଥିଲେ ଶ୍ରେୟା। ପରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କୁ କାଉନସେଲିଂ ପାଇଁ ମହିଳା ଥାନାକୁ ଡକା ଯାଇ କାଉନସେଲିଂ କରାଯାଇଥିଲା। କାଉନସେଲିଂ ପରେ ଉଭୟ ଦୁଇଦିନ ସମୟ ନେଇଥିଲେ। ପରେ ଶ୍ରେୟା ବ୍ୟକ୍ତିଗତ ସମସ୍ୟା ଥିବାରୁ ଥାନାକୁ ଆସିପାରିବେ ନାହିଁ ଏବଂ ୩୦ ତାରିଖରେ ଆସିବା ନେଇ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଆଜି ଉଭୟ ମହିଳା ଥାନାରେ ପହଞ୍ଚିଛନ୍ତି। ଉଭୟଙ୍କର କାଉନସେଲିଂ ଜାରି ରହିଛି।

 

ସମ୍ବନ୍ଧିତ ଖବର