ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସମ୍ ହସ୍ପିଟାଲରେ କରୋନା ଟିକାର ମାନବ ପରୀକ୍ଷଣ ହୋଇଛି । ସ୍ୱେଚ୍ଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ କରୋନା ଟିକା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀ ସାମିଲ ଅଛନ୍ତି । ୨ ସପ୍ତାହ ଅନ୍ତରରେ ୨ଟି ଲେଖାଏଁ ଟିକା ଦିଆଯିବ । ୪ ଥର ସଂପୃକ୍ତ ବ୍ୟକ୍ତିଙ୍କର ରକ୍ତ ପରୀକ୍ଷା କରାଯିବ । ସମ ହସ୍ପିଟାଲ ପରୀକ୍ଷଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱରରେ କରୋନା ଟିକାର ମାନବ ପରୀକ୍ଷଣ
/sambad/media/post_attachments/wp-content/uploads/2020/07/Sum-Hospital-Bhubaneswar.jpg)