ଭୁବନେଶ୍ୱର: କୋଭିଡ-୧୯ ଟିକାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ ଆଣ୍ଡ ସମ୍‌ ହସ୍‌ପିଟାଲ୍‌ରେ ସୋମବାର ଆରମ୍ଭ ହୋଇଛି। ଭାରତର ପ୍ରଥମ କୋଭିଡ-୧୯ ଭ୍ୟାକସିନ୍‌ର ମଣିଷ ଉପରେ ପ୍ରୟୋଗ ଦେଶର ୧୨ଟି ଅନୁଷ୍ଠାନକୁ ସୀକୃତ ଦିଆଯାଇଥିବା ବେଳେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍‌ ହସ୍‌ପିଟାଲକୁ ଇଣ୍ଡିଆନ୍‌ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ଦ୍ୱାରା ମନୋନୀତ କରଯାଇଛି।

Advertisment

ଆଇସିଏମ୍‌ଆର ଓ ଭାରତ ବାୟୋଟେକର ମିଳିତ ସହଯୋଗରେ ଏହି ଭ୍ୟାକସିନ୍‌ର ପ୍ରସ୍ତୁତି ଚାଲିଥିବା ବେଳେ ସମ୍‌ ହସ୍ପିଟାଲରେ ଏହାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ଭାବେ ପ୍ରିଭେନ୍ଟିଭ ଆଣ୍ଡ ଥେରାପେଟିକ୍‌ କ୍ଲିନିକାଲ ଟ୍ରାଏଲ ୟୁନିଟର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରିଜିଓନାଲ୍‌ ମେଡିକାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି, ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଭିଡିଓ କନ୍‌ଫରେନ୍‌ସିଙ୍ଗ ମାଧ୍ୟମରେ ଯୋଗ ଦେଇଥିବା ବେଳେ ସମ୍‌ ହସ୍‌ପିଟାଲର ଡିନ୍‌ ପ୍ରଫେସର ଗଙ୍ଗାଧର ସାହୁ,  କମ୍ୟୁନିଟି ମେଡିସିନ୍‌ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ ଏବଂ ଭ୍ୟାକସିନ୍‌ ଟ୍ରାଏଲର ମୁଖ୍ୟ ପରୀକ୍ଷଣ ତଥା କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଇ ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

publive-image India TV

ସୋମବାର ଭ୍ୟାକସିନ୍‌ ଟ୍ରାଏଲର ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିବା ବେଳେ ୧୮ରୁ ୫୫ବର୍ଷ ବୟସର ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ କରାଯିବ ବୋଲି ଡାକ୍ତର ରାଓ କହିଛନ୍ତି। ସେହିପରି କାର୍ଯ୍ୟରେ ଗୁଣବତ୍ତା, ମୂଲ୍ୟବୋଧ, ରୋଗୀଙ୍କ ସୁରକ୍ଷା ଉପରେ ଦୃଢ଼ ଦୃଷ୍ଟି ଦେବୁ। ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ଏବଂ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାଡାଇଜେସନ୍‌ କଣ୍ଟ୍ରୋଲର ଅରଗାନାଇଜେସନ୍‌ ଦ୍ୱାରା ଅନୁମୋଦିତ ଭ୍ୟାକସିନ୍‌ ହିଁ ଏହି ପରୀକ୍ଷଣରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଏହି କରୋନା ମହାମାରୀକୁ ମାନବସମାଜକୁ ବଞ୍ଚାଇବା ପାଇଁ ଯେଉଁ ସ୍ୱେଚ୍ଛାସେବୀମାନେ ଏହି ଟୀକା ପରୀକ୍ଷଣରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି ସେମାନେ http://ptctu.soa.ac.in/ ୱେବସାଇଟରେ ନିଜ ନାମ ପଞ୍ଜିକୃତ କରନ୍ତୁ। ଅଥବା ୮୯୧୭୨୧୧୨୧୪ ହ୍ଵାଟସ୍‌ଆପ୍‌ ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ଡାକ୍ତର ରାଓ କହିଛନ୍ତି।

ଆଇସିଏମ୍‌ଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନ୍‌କୁ ପ୍ରସ୍ତୁତ କରୁଛନ୍ତି। ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି।